ଭୁବନେଶ୍ୱର, ଏପ୍ରିଲ୍ 24 : ରାଜ୍ୟରେ ଭୟଙ୍କର ହୋଇ ମାଡ଼ି ଚାଲିଛି ମହାମାରୀ କରୋନା ଭାଇରସ । ଚାଲିଛି କରୋନାର ଦ୍ୱିତୀୟ ଲହର ସଂକ୍ରମଣ । ଲଗାତାର 3ଦିନ ହେଲା 6000ରୁ ଅଧିକ ଦୈନିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ 24 ଘଣ୍ଟାରେ ରାଜ୍ୟରେ 6 ହଜାର 647 କରୋନା ସଂକ୍ରମିତ ଚିହ୍ନଟ ସହ ପୁଣି ନୂଆ ରେକର୍ଡ। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 1189 ପଜିଟିଭ ଚିହ୍ନଟ ହୋଇଛନ୍ତି । ଦ୍ୱିତୀୟ ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ 788 ସଂକ୍ରମିତ ଚିହ୍ନଟ ।
ରାଜ୍ୟରେ ଦ୍ରୁତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଆଜି ରାଜ୍ୟରେ 6 ହଜାର 215 କରୋନା ସଂକ୍ରମିତ ଚିହ୍ନଟ ଭିତରୁ 3855 କ୍ୱାରେଣ୍ଟାଇନରୁ ଓ 2792 ଲୋକାଲ କେସ ରହିଛି । 559 ପଜିଟିଭ ସହ ଆକ୍ରାନ୍ତ ଚିହ୍ନଟରେ ତୃତୀୟରେ ରହିଛି ନୂଆପଡା ଜିଲ୍ଲା । ପୁରୀ 395, କଳାହାଣ୍ଡି 361, ଝାରସୁଗୁଡ଼ା 343, କଟକ 336, ବରଗଡ 290 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ସେହିପରି ନବରଙ୍ଗପୁରରୁ 224 ଆକ୍ରାନ୍ତ ଚିହ୍ନଟ ବେଳେ ବଲାଙ୍ଗୀର 234 ,ସମ୍ବଲପୁର 175, ଗଞ୍ଜାମ 161, ଅନୁଗୁଳ 141 ଓ ଷ୍ଟେଟପୁଲ 266 ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା 4,01,341କୁ ବୃଦ୍ଧି ପାଇଛି । ଏବେ ବି 43,304 ଆକ୍ରାନ୍ତ ସକ୍ରିୟ ଅଛନ୍ତି ।