Sun. Jan 12th, 2025

ବୁଲା କୁକୁରଙ୍କୁ କୃମିନାଶକ ବିରିୟାନି ଦେବା ପାଇଁ ଆର୍ମିର ନିଷ୍ପତ୍ତି

By amfnews Dec 6, 2018 #Featured
199 Views

ରାଉରକେଲା, ୬ା୧୨ : କେନ୍ଦ୍ର ପରିବେଶ କଲ୍ୟାଣ ମନ୍ତ୍ରଣାଳୟର ସ୍ୱୀକୃତିପ୍ରାପ୍ତ ପଶୁକଲ୍ୟାଣ ଟ୍ରଷ୍ଟ ଆର୍ମି ପକ୍ଷରୁ ଆଗାମୀ ନବବର୍ଷରେ ବୁଲା କୁକୁରଙ୍କୁ କୃମିନାଶକ ବିରିୟାନି ଦେବା ପାଇଁ ଟ୍ରଷ୍ଟି ବୈଠକରେ ନିଷ୍ପତ୍ତି ହୋଇଛି । ଇଂ. ଅଭୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପ୍ରତିଷ୍ଠାତା ସଂଗ୍ରାମ ପରିଡାଙ୍କ ପ୍ରସ୍ତାବକ୍ରମେ ମ୍ୟାନେଜିଂ ଟ୍ରଷ୍ଟି ଡ.ଡି.କେ. ପଟ୍ଟନାୟକ, ଡ.କେ.କେ. ପଟ୍ଟନାୟକ, ଡ. ପିକେ. ମହାନ୍ତିଙ୍କ ପରାମର୍ଶରେ କୃତିନାଶକ ଔଷଧ ଦିଆଯିବାକୁ ସ୍ଥିର କରାଯାଇଛି ।

ଏଥିପାଇଁ ବରିଷ୍ଠ ସଦସ୍ୟ ଶଙ୍କର୍ଷଣ ନାୟକଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କୁ ଦାୟିତ୍ୱ ଦିଆଯାଇଛି । ପ୍ରତି ୩ ମାସରେ ବୁଲା କୁକୁରଙ୍କୁ ଏ ପ୍ରକାର ଖାଦ୍ୟ ସଙ୍ଗଠନ ପକ୍ଷରୁ ଦିଆଯିବ ବୋଲି ଶ୍ରୀ ପରିଡା ସୂଚନା ଦେଇଛନ୍ତି । ଏଡବ୍ଲ୍ୟୁବିଆଇର ଗ୍ରାଣ୍ଟ ଇନ୍ ଏଡ୍ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମର ଚିଠା ପ୍ରସ୍ତୁତ କରାଯାଇଥିଲା । କାର୍ଯ୍ୟକାରିଣୀ ସଦସ୍ୟଙ୍କ ସହ ଆଲୋଚନା କରାଯାଇ ଏହି ଚିଠା ଟ୍ରଷ୍ଟି ବୋର୍ଡ ଦ୍ୱାରା ଗୃହୀତ ହୋଇଥିଲା । ମ୍ୟାନେଜିଂ ଟ୍ରଷ୍ଟି ଡ.ପଟ୍ଟନାୟକଙ୍କ ନେତୃତ୍ୱରେ ଏହା ପରିଚାଳିତ ହେବ । ପଶୁପତିନାଥ ଚାଟାର୍ଜୀ ବିଗତ ଦିନର ଆୟବ୍ୟୟ ହିସାବ ତନଖି କରିବା ସହ ବଜେଟ୍ ପାରିତ କରିବା ସହ ଧନ୍ୟବାଦ ଦେଇଥିଲେ ।

By amfnews

Related Post