Thu. Nov 28th, 2024

ବୁଧବାର ଓଡ଼ିଶାରେ ୧୧୯୭ ନମୁନା ପରୀକ୍ଷା, ସବୁ ନେଗେଟିଭ୍‌

By amfnews Apr 16, 2020 #Featured
120 Views

ଭୁବନେଶ୍ୱର : ବୁଧବାର ୧୫ ଏପ୍ରିଲ ଓଡ଼ିଶା କରୋନା ଲଢ଼େଇ ପାଇଁ ଏକ ବଡ଼ ଦିନ ସାବ୍ୟସ୍ତ ହୋଇଛି। ବୁଧବାର ଦିନ ଗୋଟିଏ ଦିନରେ ୧୧୯୭ ନମୁନା ପରୀକ୍ଷା ହୋଇଛି। ତେବେ ସମସ୍ତ ନମୁନା ନେଗେଟିଭ୍‌ ଆସିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

H & FW Dept Odisha

@HFWOdisha

It is indeed a pleasure to share that today we tested 1197 samples for COVID-19,
the highest so far.
No new cases were found.
One positive case of Sundargarh has recovered from COVID-19 and will soon be discharged.
Our recovered cases now stand at 19.

A great day indeed!ବର୍ତ୍ତମାନ ସୁଦ୍ଧା ୬୭୩୪ ନମୁନା ପରୀକ୍ଷା ହୋଇଛି। ଏଥିରୁ ୬୬୭୪ ନମୁନା ନେଗେଟିଭ୍‌ ଆସିଛି। ମୋଟ ୬୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଜଣ ଏଯାଏ ସୁସ୍ଥ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ମଧ୍ୟ ୪୦ ଜଣଙ୍କଠାରେ କରୋନା ଭୁତାଣୁ ସକ୍ରିୟ ରହିଛି। ଅନ୍ୟପକ୍ଷରେ ବୁଧବାରର ଅନ୍ୟ ଏକ ସଫଳତା ସ୍ୱରୂପ ସୁନ୍ଦରଗଡ଼ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଏକମାତ୍ର ଆକ୍ରାନ୍ତ ବୁଧବାର ସୁସ୍ଥ ହୋଇଛନ୍ତି। ତାଙ୍କୁ ଖୁବ୍‌ ଶୀଘ୍ର ଡିସଚାର୍ଜ କରାଯିବ।

ସାରେ ଦେଶରେ କରୋନା ସ୍ଥିତି ବର୍ତ୍ତମାନ ମଧ୍ୟ ଗମ୍ଭୀର ରହିଛି। ବୁଧବାର ଆକ୍ରାନ୍ତଙ୍କ ସଂଖ୍ୟା ୧୧,୪୩୯ରେ ପହଞ୍ଚିଥିବାବେଳେ ଏହି କାରଣରୁ ମୃତ୍ୟୁ ସଂଖ୍ୟା ୩୭୭କୁ ବୃଦ୍ଧି ପାଇଛି। ଏଥିରୁ କେବଳ ମହାରାଷ୍ଟ୍ରରେ ୧୭୮ ଜୀବନ ଯାଇଛି। ଏହାପଛକୁ ମଧ୍ୟପ୍ରଦେଶରେ ୫୦, ଦିଲ୍ଲୀରେ ୩୦ ଏବଂ ଗୁଜରାଟରେ ୨୮ ଜୀବନ ଗଲାଣି। ଅନ୍ୟପକ୍ଷରେ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୦୧କୁ ବୃଦ୍ଧି ପାଇଛି।

By amfnews

Related Post