Sat. Mar 7th, 2026

ବୁଦ୍ଧ ପୂର୍ଣ୍ଣିମା ପ୍ରାର୍ଥନା ସଭାରେ ଅଭିଭାଷଣ ଦେବେ ପ୍ରଧାନମନ୍ତ୍ରୀ ମୋଦୀ

180 Views

ନୂଆଦିଲ୍ଲୀ: ଆଜି ସକାଳ ୯ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ଜରିଆରେ ବୁଦ୍ଧ ପୂର୍ଣ୍ଣିମା ପ୍ରାର୍ଥନା କାର୍ଯ୍ୟକ୍ରମରେ ଯୋଗ ଦେଇ କୋଭିଡ୍-୧୯ରେ ପୀଡ଼ିତ ବ୍ୟକ୍ତି ଓ ଅଗ୍ରଣୀ ଯୋଦ୍ଧାମାନଙ୍କ ସମ୍ମାନାର୍ଥେ ଅଭିଭାଷଣ ପ୍ରଦାନ କରିବେ।

‘ଇଣ୍ଟର୍‌ନ୍ୟାସ୍‌ନାଲ୍ ବୁଦ୍ଧିଷ୍ଟ୍ କନ୍‌ଫେଡେରେସନ୍’ଙ୍କ (ଆଇବିସି) ମିଳିତ ସହଯୋଗରେ କେନ୍ଦ୍ର ସାଂସ୍କୃତିକ ମନ୍ତ୍ରାଳୟ ଏହି ଭିଡିଓ ପ୍ରାର୍ଥନା ସଭା ଆୟୋଜନ କରୁଛି। ଏଥିରେ ବିଶ୍ବର ବହୁ ବୌଦ୍ଧ ସଂଘର ସର୍ବୋଚ୍ଚ ମୁଖ୍ୟମାନେ ଅଂଶ ଗ୍ରହଣ କରିବେ।

ଏହାବ୍ୟତୀତ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ଏବଂ ସଂଖ୍ୟାଲଘୁ,  ଯୁବ ଏବଂ କ୍ରୀଡ଼ା ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କିରେନ୍ ରିଜିଜୁ ମଧ୍ୟ ଏଥିରେ ଅଂଶ ଗ୍ରହଣ କରିବେ।

ବୌଦ୍ଧ ପୂର୍ଣ୍ଣମା ହେଉଛି ବୌଦ୍ଧଧର୍ମର ସଂସ୍ଥାପକ ଗୌତମ ବୁଦ୍ଧଙ୍କ ଜନ୍ମ ଦିବସ। ଏହାକୁ ବୌଦ୍ଧ ଜୟନ୍ତୀ ମଧ୍ୟ କୁହାଯାଏ। ସମ୍ପ୍ରତି ସମଗ୍ର ବିଶ୍ବରେ କରୋନାଭାଇରସ୍ ସଙ୍କଟ ଯୋଗୁଁ ବୌଦ୍ଧ ଜୟନ୍ତୀ ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ମାଧ୍ୟମରେ ଆୟୋଜନ କରାଯାଉଛି।

By amfnews

Related Post