Sat. Mar 7th, 2026

ବିୟର ଫ୍ୟାକ୍ଟ୍ରି ପାଇଁ ଗଛକଟା

190 Views

ଢେଙ୍କାନାଳ, ନଭେମ୍ବର ୧୭: ବିୟର ଫ୍ୟାକ୍ଟ୍ରି ପାଇଁ ଚାଲିଛି ଗଛକଟା। ଯାହାକୁ ଜନ ସାଧାରଣ ବିରୋଧ କରିଛନ୍ତି। ଫ୍ୟାକ୍ଟ୍ରି ପାଇଁ ଢେଙ୍କାନାଳ ଜିଲ୍ଲା ଝିଙ୍କରଡିହି ଜଙ୍ଗଲରେ ଗଛକଟା ହେଉଥିବାରୁ ଗାଁରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଗଛକଟାକୁ ବିରୋଧ କରି ପୁଲିସ୍‌- ସାଧାରଣ ଲୋକ ମୁହାଁମୁହିଁ ହୋଇଛନ୍ତି।

ପୁଲିସ୍‌କୁ ଠେଙ୍ଗାବାଡି ଦେଖାଇ ଲୋକେ ଗଛକଟାକୁ ବିରୋଧ କରିଛନ୍ତି।ଆଜି ସକାଳେ ପୁଲିସ୍‌ ଛାଉଣୀ କରାଯାଇ ଗଛ କଟା ଯାଇଥିଲା। ଫଳରେ ଏହାକୁ ଲୋକମାନେ ବିରୋଧ କରିଥିଲେ। ପୁଲିସ୍‌କୁ ଠେଙ୍ଗାବାଡି ଦେଖାଇ ଲୋକମାନେ ବିରୋଧ କରିଥିବା ଜଣାପଡ଼ିଛି।ଘଟଣାସ୍ଥଳରେ ଏବେବି ଉତ୍ତେଜନା ଲାଗି ରହିଛି। ପୁଲିସ୍‌ ୨୦ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଝିଙ୍କରଡିହିରେ ଫ୍ୟାକ୍ଟ୍ରି ନିର୍ମାଣକୁ ବଳରାମପୁର ଗାଁ ଲୋକେ ବିରୋଧ କରି ଆସୁଛନ୍ତି। ଫ୍ୟାକ୍ଟ୍ରି ନିର୍ମାଣ ପ୍ରସ୍ତାବକୁ ବିରୋଧ କରି ପୂର୍ବରୁ ବଳରାମପୁର ଗାଁ ଲୋକେ ଆନ୍ଦୋଳନ ବି କରିଛନ୍ତି। କିଛି ଦିନ ପୂର୍ବରୁ ମଧ୍ୟ ଗାଁର ମହିଳାମାନେ ଏହି ଫ୍ୟାକ୍ଟ୍ରି ନିର୍ମାଣକୁ ବିରୋଧ କରିଥିଲେ।

ଫ୍ୟାକ୍ଟ୍ରି ପାଇଁ ଜଙ୍ଗଲ ସଫା କରା ଯାଉଥିବାରୁ ଏହାକୁ ବିରୋଧ କରି ମହିଳାମାନେ ଗଛ ଗୁଡ଼ିକୁ ଜାବୁଡି ଧରିଥିବା ଦେଖିବାକୁ ମିଳିଛି।

By amfnews

Related Post