Tue. Dec 24th, 2024

ବିହାର ବୋର୍ଡ: ୧୦ମ ଶ୍ରେଣୀର ସାମାଜିକ ବିଜ୍ଞାନ ପରୀକ୍ଷା ରଦ୍ଦ, ପ୍ରଶ୍ନପତ୍ର ଲିକ ଘଟଣାରେ ୩ ଗିରଫ

By amfnews Feb 20, 2021 #Featured
171 Views

ପାଟଣା, ଫେବୃଆରୀ ୨୦ : ବିହାର ବୋର୍ଡ ଶୁକ୍ରବାର ୧୦ମ ଶ୍ରେଣୀ ଲାଗି ହୋଇଥିବା ସାମାଜିକ ବିଜ୍ଞାନର ପରୀକ୍ଷାକୁ ବାତିଲ କରିଦେଇଛି । ସକାଳୁ ପରୀକ୍ଷା ଆରମ୍ଭ ହେବାର ଅଳ୍ପ ସମୟ ପରେ ପ୍ରଶ୍ନପତ୍ର ଲିକ ହୋଇଥିଲା । ପ୍ରଶ୍ନପତ୍ର ଲିକ ଘଟଣାରେ ଏସ୍‌ବିଆଇ ଝାଝାର ୩ ଜଣ କର୍ମଚାରୀଙ୍କୁ ଗିରଫ ହୋଇଛନ୍ତି । 

ଜମୁଇ ଜିଲ୍ଲାର ଝାଝାର ଠାରୁ ସାମାଜିକ ବିଜ୍ଞାନ ପ୍ରଶ୍ନ ପତ୍ର  ଲିକ ହୋଇଥିଲା । ପ୍ରଶ୍ନପତ୍ର ଲିକ ଘଟଣାରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଦେଇଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୋର୍ଡକୁ ମାମଲାରେ ସଂପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ ଏସ୍‌ବିଆଇର ବିକାଶ କୁମାର, ଅଜୀତ କୁମାର ଓ ଶଶିକାନ୍ତ ଚୌଧୁରୀଙ୍କୁ ଗିରଫ କରିଛି । 

ସୂଚନାଯୋଗ୍ୟ, ବିହାର ବୋର୍ଡର ଦଶମ ଶ୍ରେଣୀ ପରୀକ୍ଷା ଗତ ଫେବ୍ରୁଆରୀ ୧୭ ତାରିଖରେ ଆରମ୍ଭ ହୋଇଥିଲା । ରାଜ୍ୟରେ ଚଳିତ ବର୍ଷ ୧୬ ଲକ୍ଷ ୮୪ ହଜାର ୪୪୬ ଜଣ ଛାତ୍ରଛାତ୍ରୀ ୧୫୨୫ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି । ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ଦୃଷ୍ଟିରୁ ଧାରା ୧୪୪ ଲାଗୁ କରାଯାଇଛି । ଆସନ୍ତା ୨୪ ତାରିଖରେ ଶେଷ ହେବାକୁ ଥିବା ଏହି ପରୀକ୍ଷାର ଭିଡିଓ ରେକର୍ଡିଂ ମଧ୍ୟ କରାଯାଉଛି । 

By amfnews

Related Post