Sat. Nov 23rd, 2024

ବିହାର ନିର୍ବାଚନ: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ପ୍ରଧାନମନ୍ତ୍ରୀ କରିବେ ୩ଟି ଜନସଭା

By amfnews Oct 28, 2020 #Featured
131 Views

ନୂଆଦିଲ୍ଲୀ, ଅକ୍ଟୋବର ୨୮ : ବିହାର ବିଧାନସଭା ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟର ମତଦାନ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଯାଇଥିବା ବେଳେ ରାଜନୈତିକ ଦଳମାନେ ଦ୍ୱିତୀୟ ପର୍ଯ୍ୟାୟର ପାଇଁ ପ୍ରସ୍ତୁତି ହୋଇଯାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିହାରରେ ଆଜି ନିର୍ବାଚନ ପ୍ରଚାର କରୁଛନ୍ତି । ମୋଦୀ ଆଜି ଦରଭଙ୍ଗା, ମୁଜାଫରପୁର ଓ ପାଟଣାରେ ୩ଟି ଜନସଭା କରିବେ । ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ପଶ୍ଚିମ ଚମ୍ପାରଣର ବାଲ୍ମୀକିନଗର ଓ ଦରଭଙ୍ଗାରେ କୁଶେୱରରେ ରାଲି କରିବେ । 

ପ୍ରଧାନମନ୍ତ୍ରୀ ମୋଦୀ ନିଜର ନିର୍ବାଚନ ପ୍ରଚାର ନେଇ ଟୁଇଟ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ପୁଣି ଥରେ ବିହାରବାସୀଙ୍କ ସହିତ ଦେଖାହେବାର ସୁଯୋଗ ମିଳିଛି । ଦରଭଙ୍ଗା, ମୁଜାଫରପୁର ଓ ରାଜଧାନୀ ପାଟଣାରେ ରାଲିରେ ଜନତାଙ୍କ ସହିତ ସିଧାସଳଖ କଥା ହେବାର ସୁଯୋଗ ମିଳିବ । ଆପଣମାନେ ସମସ୍ତେ ରାଲି ସହିତ ଜଡ଼ିତ ହୁଅନ୍ତୁ ବୋଲି ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ରାଲି ପୂର୍ବାହ୍ନ ୧୦ଟାରେ ହେବ । ଏହା ପରେ ମୁଜାଫରପୁରର ମୋତିପୁର ଚୀନ କଳସ୍ଥିତ ପଚରୁଖି ପଡ଼ିଆରେ ଦ୍ୱିତୀୟ ଜନସଭା ଅନୁଷ୍ଠିତ ହେବ । ଶେଷରେ ମୋଦୀ ପାଟଣାସ୍ଥିତ ଭେଟନାରୀ କଲେଜ ପଡିଆରେ ଜନସଭାକୁ ସମ୍ବୋଧିତ କରିବେ । ମୋଦୀଙ୍କ ଏହି ରାଲି ଡିଜିଟାଲ ମାଧ୍ୟମରେ ସିଧା ପ୍ରସାରଣ ପାଟଣାର ୩୦୦ ପଡ଼ିଆ ରେ ହେବ । 

ରାହୁଲ ଗାନ୍ଧୀ ବୁଧବାର ୨ଟି ସ୍ଥାନରେ ପ୍ରଚାର କରିବେ । ସୂଚନାଯୋଗ୍ୟ, ପଶ୍ଚିମ ଚମ୍ପାରଣ, ପୂର୍ବ ଚମ୍ପାରଣ, ଗୋପାଳଗଂଜ, ସୀୱାନ, ସାରଣ, ମୁଜାଫରପୁର, ସୀତାମଢ଼ୀ, ଶିବହର, ମଧୁବନୀ, ଦରଭଙ୍ଗା, ସମସ୍ତୀପୁର, ବୈଶାଳୀ, ବେଗୁସରାଇ, ଖଗଡିଆ, ଭାଗଲପୁର, ନାଳନ୍ଦା ଓ ପାଟଣାର ୯୪ଟି ଆସନରେ ନଭେମ୍ବର ୩ରେ ମତଦାନ ହେବ । 

By amfnews

Related Post