240 Views
ପାଟନା, ନଭେମ୍ବର ୦୩ : ବିହାରରେ ବିଧାନସଭା ନିର୍ବାଚନ ମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ସତୀଶ ପ୍ରସାଦ ସିଂହଙ୍କର ୮୯ ବର୍ଷ ବୟସରେ ପରଲୋକ ଘଟିଛି । ସେ ଗତ କିଛି ଦିନ ହେବ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇ ଦିଲ୍ଲୀର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ୫ ଦିନ ତଳେ ତାଙ୍କ ପତ୍ନୀଙ୍କର ମଧ୍ୟ କରୋନାରେ ମୃତ୍ୟୁ ହୋଇଥିଲା । ସବୁଠାରୁ କମ୍ ଦିନ ପାଇଁ ବିହାର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବା ରେକର୍ଡ ସତୀଶଙ୍କ ନାଁରେ ରହିଛି ।
୧୯୬୮ରେ ସଂଯୁକ୍ତ ସୋସିଆଲିଷ୍ଟ ପାର୍ଟିରୁ ସତୀଶ ମାତ୍ର ୫ ଦିନ ପାଇଁ ମୁଖ୍ୟମନ୍ତ୍ରୀ ରହିଥିଲେ। ପରେ ୧୯୮୦ରେ କଂଗ୍ରେସ ଟିକେଟରୁ ଲୋକସଭା ପାଇଁ ନିର୍ବାଚିତ ହୋଇଥିଲେ। ୨୦୧୩ରେ ସେ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ। କିନ୍ତୁ ଅଳ୍ପ କିଛି ମାସ ମଧ୍ୟରେ ବିଜେପିରୁ ଇସ୍ତଫା ଦେଇଥିଲେ।