Sat. Mar 7th, 2026

ବିସିସିଆଇ ବିରୋଧରେ ‘ପିସିବି’ର ମୋକଦ୍ଦମା ଖାରଜ, ୬୦% କ୍ଷତିପୂରଣ ଦେବାକୁ ଆଇସିସି ଦେଲା ନିର୍ଦ୍ଦେଶ

272 Views

ଦୁବାଇ: ଆଇସିସିର ବିବାଦ ନିବାରଣ ପ୍ୟାନେଲ ବୁଧବାର ପାକିସ୍ତାନକୁ କ୍ଷତିପୂରଣ ମାମଲାରେ ବିସିସିଆଇ ଦ୍ୱାରା ମଗାଯାଇଥିବା କ୍ଷତିପୂରଣର ୬୦ ପ୍ରତିଶତ ଦେବାକୁ ଆଦେଶ ଦେଇଛନ୍ତି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଦ୍ୱିପାକ୍ଷୀକ କ୍ରିକେଟକୁ ନେଇ ହୋଇଥିବା ହସ୍ତାକ୍ଷର ସମ୍ମାନ ନ କରିବା ନେଇ ବିସିସିଆଇ ବିରୋଧରେ କ୍ଷତିପୂରଣ ଦାବି କରିଥିଲା। ଏହି ମାମଲାକୁ ଆଇସିସି ଖାରଜ କରି ଦେଇଛି। ଏବେ ଏହାର ଏକ ମାସ ପରେ ଆଇସିସି ଉଭୟ ବୋର୍ଡଙ୍କ ପାଇଁ ଖର୍ଚ୍ଚ ଦେବାକୁ ଆଦେଶ ଦେଇଛି।

ଆଇସିସି ନିଜର ନିଷ୍ପତ୍ତିରେ କହିଛି, ପିସିବିକୁ ପ୍ରଶାସନିକ ଖର୍ଚ୍ଚ ଏବଂ ପ୍ୟାନେଲର ଖର୍ଚ୍ଚର ୬୦ ପ୍ରତିଶତ ବିସିସିଆଇକୁ ଦେବାକୁ ପଡ଼ିବ। ପ୍ୟାନେଲର ଏହି ନିଷ୍ପତ୍ତି ବାଧ୍ୟତାମୂଳକ ଅଟେ। ଅନ୍ୟପକ୍ଷରେ ପ୍ୟାନେଲ ବିସିସିଆଇକୁ ମଧ୍ୟ ପ୍ରଶାସନିକ ଖର୍ଚ୍ଚ ଏବଂ ପ୍ୟାନେଲ ଖର୍ଚ୍ଚର ୪୦ ପ୍ରତିଶତ ଦେବାକୁ କହିଛି।

By amfnews

Related Post