Sat. Nov 2nd, 2024

ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ୯୩କୁ ବୃଦ୍ଧି , ୨୦୦ ଅସୁସ୍ଥ

By amfnews Feb 23, 2019 #Featured
232 Views

ଗୁଆହାଟୀ, ଫେବ୍ରୁଆରୀ ୨୩ : ଆସାମରେ ଗୋଲାଘାଟ ଜିଲ୍ଲାର ଗୋଟିଏ ଚା ବଗିଚାରେ କଥିତ ରୁପରେ ବିଷାକ୍ତ ମଦ ପିଇବା ପରେ ୭ଜଣ ମହିଳାଙ୍କ ସମେତ ୯୩ ଲୋକଙ୍କ ମୃତ୍ୟୁ ହୋଇଛି । ଆସାମର ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ଶର୍ମା କହିଛନ୍ତି ଯେ ମୃତଙ୍କ ସଂଖ୍ୟା ୯୩ ରେ ପହଞ୍ଚିଥିବା ବେଳେ ୨୦୦ରୁ ଅଧିକ ଅସୁସ୍ଥ ଅଛନ୍ତି । ଘଟଣାରେ  ମୃତଙ୍କ ସଂଖ୍ୟା ଆହୁରୀ ବଢିପାରେ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ ୨୫୦ରୁ ଅଧିକ ଲୋକ ଗୁରୁବାର ମଦ ପିଇଥିଲେ ଏବଂ ଏହି ବିଷାକ୍ତ ମଦକୁ ଗୋଟିଏ ଦୋକାନରୁ କିଣାଯାଇଥିଲା । ଏହି ଲୋକମାନେ ସାଲିମିରା ଚା ବଗିଚାରେ କାମ କରୁଥିଲେ । ପୁଲିସ ଏହି ମମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଆସମା ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋବାଲ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାକୁ ନେଇ ଜିଲ୍ଲାର ଦୁଇ ଅବକାରୀ ଅଧିକାରୀଙ୍କୁ ନିଲମ୍ୱିତ କରାଯାଇଛି ।

ଗୋଲାଘାଟର ସିଭିଲ ହସ୍ପିଟାରେ ଅସୁସ୍ଥମାନଙ୍କ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ ଦେଶୀ ବିଷାକ୍ତ ମଦ ପିଇବା କରାଣରୁ ଏହି ମୃତ୍ୟୁ ହୋଇଛି ଏବଂ ଡାକ୍ତରଖାନାକୁ ଅଣାଯାଇଥିବା ଲୋକମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ଘଟଣା ଉପରେ ଚିନ୍ତା ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ  ଉପର ଆସାମ ମଣ୍ଡଳ ଆୟୁକ୍ତ ଜୁଲୀ ସୋନୋବାଲଙ୍କୁ ମାମଲାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏବଂ ଏକ ମାସ ମଧ୍ୟରେ  ସରକରାଙ୍କୁ ଏହାର ରିପୋର୍ଟ ଦେବାକୁ କୁହାଯାଇଛି । ରାଜ୍ୟର ଶକ୍ତି ମନ୍ତ୍ରୀ ତପନ କୁମାର ଗୋଗୋଇ, ସାଂସଦ କାମାକ୍ଷା ପ୍ରସାଦ ତାସା ଏବଂ ବିଧାୟକ ମୃଣାଳ ସୋକିଆଙ୍କ ଘଟଣାସ୍ଥଳ ପରିଦର୍ଶନ ତରିବାକୁ ଆସାମ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

By amfnews

Related Post