Sun. Mar 8th, 2026

ବିଶ୍ୱ ହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ସାଧ୍ୱୀ ପ୍ରାଚୀଙ୍କ ପୁଣି ଏକ ବିବାଦୀୟ ବୟାନ୍ , କାଉଡ଼ିଆମାନଙ୍କୁ ଦେଲେ ଏହି ଚେତାବନୀ

172 Views

ହରିଦ୍ୱାର : ବିଶ୍ୱ ହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ସାଧ୍ୱୀ ପ୍ରାଚୀ ପୁଣି ଥରେ ଏକ ଉତ୍ତେଜନାମୂଳକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ହରିଦ୍ୱାରରେ ମୁସଲମାନ୍‌ମାନଙ୍କଠାରୁ ବାହୁଙ୍ଗୀ ନ କିଣନ୍ତୁ। ନିଜର ବିବାଦୀୟ ମନ୍ତବ୍ୟଲାଗି ସର୍ବଦା ଚର୍ଚ୍ଚାରେ ରହୁଥିବା ସାଧ୍ୱୀ ପ୍ରାଚୀ ଏକ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବା ଲାଗି ବାଗପତରେ ପହଞ୍ଚିଥିଲେ। ସେଠାରେ ସେ କହିଥିଲେ ଯେ ଶ୍ରାବଣ ମାସରେ ବହୁ ଶ୍ରଦ୍ଧାଳୁ କାଉଡିଆମାନେ ବାହୁଙ୍ଗୀ ଧରି ଭଗବାନ ଶିବଙ୍କ ବିଭିନ୍ନ ଶୈବପୀଠରେ ଜଳ ଅର୍ପଣ କରୁଛନ୍ତି। ହେଲେ ସେ ସେମାନଙ୍କୁ ଚେତାବନୀ ଦେଇଛନ୍ତି କି କେହି ବି କାଉଡିଆ ମୁସଲମାନମାନଙ୍କ ଦ୍ୱାରା ତିଆରି ବାହୁଙ୍ଗୀ ନ କିଣନ୍ତୁ।

ସାଧ୍ୱୀ ପ୍ରାଚୀ ଆହୁରି ମଧ୍ୟ କହିଛନ୍ତି ଯେ ହରିଦ୍ୱାରରେ ଯେଉଁମାନେ ବାହୁଙ୍ଗୀ ତିଆରି କରୁଛନ୍ତି,ସେମାନେ ମୁସଲମାନ୍‌ ସଂପ୍ରଦାୟର। ଏଣୁ କାଉଡିମାନେ ସେହି ଲୋକମାନଙ୍କର ବାହୁଙ୍ଗୀକୁ ଗ୍ରହଣ ନ କରନ୍ତୁ। ସେ କହିଛନ୍ତି ଯେ ହରିଦ୍ୱାରରେ ୯୯ ପ୍ରତିଶତ ବାହୁଙ୍ଗୀ ମୁସଲମାନ ମାନେ ତିଆରି କରୁଛନ୍ତି। ଏଣୁ ସେମାନଙ୍କଠାରୁ ବାହୁଙ୍ଗୀ ନ କିଣିଲେ ହିନ୍ଦୁମାନଙ୍କୁ ଅଧିକ ରୋଜଗାର ମିଳିବ। ଏହି ଅବସରରେ ସେ ମୁସଲମାନ ଓ ମଦ୍ରାସା ଉପରେ ବି ବର୍ଷିଥିଲେ।

By amfnews

Related Post