Tue. Dec 24th, 2024

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟଙ୍କ ଆଶା, ୨ ବର୍ଷ ଯାଏଁ ରହିବ ମହାମାରୀ କରୋନା ଭାଇରସ

By amfnews Aug 22, 2020 #Featured
150 Views

ଜେନିଭା, ଅଗଷ୍ଟ ୨୨ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଶା ପ୍ରକଟ କରିଛି ଯେ, କରୋନା ଭାଇରସ ମହାମାରୀ ୧୯୧୮ର ସ୍ପେନିଶ ପ୍ଲୁ ତୁଳନାରେ କମ ସମୟ ପର୍ଯ୍ୟନ୍ତ ରହିବ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ ଏହହାନମ ଗେବ୍ରୟେସିସି ଶୁକ୍ରବାର କହିଛନ୍ତି ଯେ, ଯଦି ବିଶ୍ୱବାସୀ ଏକଜୁଟ ହେବେ ଏବଂ ଟିକା ଉତ୍ପାଦନରେ ସଫଳତା ହାସଲ କରିବେ, ତାହେଲେ ମହାମାରୀ ୨ ବର୍ଷ ଭିତରେ ଶେଷ ହୋଇପାରେ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏହି ବୟାନ ଗୁରୁତ୍ୱପୂର୍ଣ୍ଣ । କାରଣ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏପର୍ଯ୍ୟନ୍ତ କୌଣସି ସ୍ୱୀକୃତି ଟିକା ଉତ୍ପାଦନ ହୋଇ ନଥିବା କହିଛି । ଟ୍ରେଡୋସ କହିଛନ୍ତି, ୧୯୧୮ ସ୍ପେନିଶ ଫ୍ଲୁ ଶେଷ ହେବାକୁ ୨ ବର୍ଷ ଲାଗିଥିଲା । ଜେନିଭାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଅଧିକ ଟେକନିକ କାରଣରୁ ଭାଇରସ ବ୍ୟାପିପାରେ । ଏହା ଖୁବ ଶୀଘ୍ର ବ୍ୟାପିପାରେ କାରଣ ଆମେ ଅନେକ ଜିନିଷ ସହିତ ଯୋଡ଼ି ହୋଇଛେ ।

ଆମ ପାଖରେ କରୋନା ମୁକାବିଲା କରିବାକୁ ଟେକ୍ନୋଲୋଜୀ ଓ ଜ୍ଞାନ ମଧ୍ୟ ଅଛି । ଆମ ପାଖରେ ବିଶ୍ୱୀକରଣ, ଘନିଷ୍ଠତା ଆଦି ଟେକ୍ନୋଲୋଜୀ ରହିଛି । ଯାହା ଆଶା କରାଯାଉଛି କରୋନା ଭାଇରସ ଅଧିକ ଦିନ ପର୍ଯ୍ୟନ୍ତ ରହିପାରିବ ନାହିଁ । କୋଭିଡ-୧୯ରେ ଏପର୍ଯ୍ୟନ୍ତ ୮ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି । ବିଶ୍ୱବ୍ୟାପି ୨.୩ କୋଟି ଲୋକ ସଂକ୍ରମିତ ହୋଇସାରିଛନ୍ତି । ଆଧୁନିକ ଇତିହାସରେ ସବୁଠାରୁ ଘାତକ ମହମାରୀ ସ୍ପେିନଶ ଫ୍ଲୁରେ ୫ କୋଟି ଲୋକଙ୍କର ଜୀବନ ଯାଇଥିଲା । ବିଶ୍ୱରେ ୫୦ ଲୋକ ସଂକ୍ରମିତ ହୋଇଥିଲେ ।

By amfnews

Related Post