Sun. Nov 24th, 2024

ବିଶ୍ୱ ରେକର୍ଡ: ମୁମ୍ବାଇ ବିମାନବନ୍ଦରରୁ ଗୋଟିଏ ଦିନରେ ଉଡ଼ିଲା ସର୍ବାଧିକ ୧୦୦୪ ବିମାନ

By amfnews Dec 10, 2018 #Featured
83 Views

ମୁମ୍ବାଇ, ଡିସେମ୍ବର ୧୦ : ମୁମ୍ବାଇ ବିମାନବନ୍ଦର ବିଶ୍ୱର ସବୁଠାରୁ ବ୍ୟସ୍ତ ଏକକ ରନୱେ ପୁଣି ଥରେ ରେକର୍ଡ ସୃଷ୍ଟି କରିଛି । ଚଳିତ ମାସ ୮ ତାରିଖରେ ୧୦୦୪ ବିମାନ ସେବା ଯିବା-ଆସିବା କରିଛି । ଏହା ପୂର୍ବରୁ ଗତ ଜୁନ ୬ରେ ୨୪ ଘଣ୍ଟା ମଧ୍ୟରେ ଏଠାରୁ ୧୦୦୩ ବିମାନ ଯିବା-ଆସିବା କରିଥିଲା । ରିଲାୟନ୍ସ ଇଣ୍ଡଷ୍ଟ୍ରୀର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀଙ୍କ ବିବାହ ଶିଳ୍ପପତି ପିରାମଳ ପରିବାରର ଆନନ୍ଦଙ୍କ ସହିତ ବୁଧବାର ମୁମ୍ବାଇରେ ବିବାହ ପୂର୍ବରୁ ଅନ୍ୟ କାର୍ଯ୍ୟକ୍ରମ ଗୁଡ଼ିକ ରାଜସ୍ଥାନର ଉଦୟପୁରରେ ଆୟୋଜନ ହୋଇଛି । କୁହାଯାଉଛି ଯେ, ଉଦୟପୁରରେ ଅନୁଷ୍ଠିତ ଈଶା ଅମ୍ବାନୀଙ୍କ କାର୍ଯ୍ୟକ୍ରମ ଯୋଗୁଁ ମୁମ୍ବାଇ ବିମାନବନ୍ଦର ବ୍ୟସ୍ତ ରହୁଛି ।

ସମାରୋହରେ ମୁମ୍ବାଇରୁ ରାଜନେତା, ଶିଳ୍ପପତି ଓ ବଲିଉଡ ହସ୍ତିମାନେ ଘରୋଇ ବିମାନରେ ଉଦୟପୁର ପହଂଚିଛନ୍ତି । ଏଥି ସହିତ ସେବା ଉପଲବ୍ଧ କରାଇବାରେ ମୁମ୍ବାଇ ବିମାନବନ୍ଦର ପୂର୍ବ ରେକର୍ଡ ଭଙ୍ଗ କରିଛି । ଡିସେମ୍ବର ୮ରେ ମୁମ୍ବାଇ ବିମାନବନ୍ଦରରୁ ୯୦୩ ନିର୍ଦ୍ଧାରିତ, ୫୯ ଅନିର୍ଦ୍ଧାରିତ, ୮ ଚାର୍ଟର, ୩୧ ଫ୍ରେଟର ଓ ୩ ସେନାର ବିମାନ ଉଡ଼ିଛି ।

ବିମାନବନ୍ଦରର ମୁଖପାତ୍ର କହିଛନ୍ତି, ମୁମ୍ବାଇ ବିମାନ ବନ୍ଦର ୧୦୦୪ ସେବା ସହିତ ନିଜର ଗତ ଥର ରେକର୍ଡ ଭାଙ୍ଗିଛି । ଏହା ବିମାନବନ୍ଦର ପାଇଁ ଗୌରବର ବିଷୟ । ସେ କହିଛନ୍ତି, ବିମାନବନ୍ଦରରୁ ଗତ ଜୁନ ୬ରେ ୧୦୦୩, ମେ’ ମାସରେ ୯୮୮ ଏବଂ ଫେବୃୟାରୀ ୧୦ରେ ୯୮୦ ବିମାନ ଯିବା-ଆସିବା କରିଥିଲା ।

By amfnews

Related Post