Sun. Mar 8th, 2026

ବିଶ୍ୱ ମଧୁମେହ ଦିବସ, କୋସଲ ଜନତା ଦଳର ମାଗଣା ମଧୁମେହ ପରୀକ୍ଷଣ ଶିବିର

174 Views

ରାଉରକେଲା, ୧୫ା୧୧ : ଆଜି ବିଶ୍ୱ ମଧୁମେହ ଦିବସ ଉପଲକ୍ଷେ କୋସଲ ଜନତା ଦଳ (କେଜେଡି)ର କେନ୍ଦ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଛେଣ୍ଡ ସ୍ଥିତ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ମଧୁମେହ ବିଶେଷଜ୍ଞ ଡାକ୍ତର ଏ.କେ. ନାଏକଙ୍କ ତତ୍ତ୍ୱାବଧାନରେ ଏକ ମଧୁମେହ ପରୀକ୍ଷଣ ଶିବିର ଆୟୋଜନ କରାଯାଇଥିଲା । ଶତାଧିକ ବ୍ୟକ୍ତି ଆଜି ପୂର୍ବାହ୍ନରେ ଏହି ଶିବିରକୁ ଆସି ସେମାନଙ୍କ ରକ୍ତ ପରୀକ୍ଷା କରିନେଇଥିଲେ । ସ୍ଥାନୀୟ ଜନ ବ୍ୟାଙ୍କ ଦ୍ୱାରା ପ୍ରାୟୋଜିତ ଏହି ଶିବିରକୁ ଉଦ୍ଘାଟନ କରିଥିଲେ ଦଳର ଉପଦେଷ୍ଟା ଡାକ୍ତର ମେଡର ଅକ୍ଷୟ ସାମଲ ।

ଏହି ଅବସରରେ ସେ ମଧୁମେହ ରୋଗ ପ୍ରତି ଜନ ମାନସରେ ସଚେତନତା ଜାଗ୍ରତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ମଧୁମେହ ନିୟନ୍ତ୍ରଣ ପାଇଁ ନିଜେ କେତୋଟୀ ବ୍ୟାୟାମ ପ୍ରତିର୍ଶିତ କରିଥିଲେ । କେଜେଡି ସଭାପତି ବୈଦ୍ୟନାଥ ମିଶ୍ର ତାଙ୍କ ସ୍ୱାଗତ ଭାଷଣରେ କୌଣସି ଏକ ରାଜନୈତିକ ଦଳ ପାଇଁ ଏଭଳି ଶିବିର ଆୟୋଜନ ଏକ ବିରଳ ଘଟଣା ବୋଲି କହିଥିଲେ । ଉପସଭାପତି ସନତ କୁମାର ପ୍ରଧାନ, ଉପଦେଷ୍ଟା ପୀତବାସ ମିଶ୍ର, ରାଉରକେଲାର ଜିଲା ଆବାହକ ସୁବାଷ ଚନ୍ଦ୍ର ଲେଙ୍କା, ମହାସଚିବ ଚକ୍ରାନ୍ତ ଜେନା, ସଚିବ ସ୍ୱରୂପ ମିଶ୍ର, ନିର୍ମଳ କୁମାର ଦାସ, ମୁଖପାତ୍ର ଡା. ସୁରମା ମିଶ୍ର ତଥା ରାଜ୍ୟ କାର୍ଯ୍ୟକାରିଣୀର ବହୁ ସଦସ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ ।

ସେମାନେ ହେଲେ ରଞ୍ଜନ କୁମାର ଲେଙ୍କା, ସରୋଜ ପରିଡା, ରାଜେନ୍ଦ୍ର ପଣ୍ଡା, ଅର୍ଚ୍ଚନା ଦେବତା, ଶୁଭେନ୍ଦୁ ମହାନ୍ତି, ସୁବ୍ରତ ରଜାକ, ପି.କେ. ପ୍ରଧାନ, ସୁଶାନ୍ତ ରାୟ ପ୍ରମୁଖ । ଶିବିର ପୂର୍ବାହ୍ନ ୯ଟାରେ ଆରମ୍ଭ ହୋଇ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିଥିଲା । ସର୍ବଶେଷ ରିପୋର୍ଟ ଅନୁଯାୟୀ ଶିବିରରେ ସମୁଦାୟ ୨୦୮ ଜଣଙ୍କ ରକ୍ତ ପରୀକ୍ଷା କରାଯାଇଥିଲା । କେଜେଡି ଭଳି ଏକ ରାଜନୈତିକ ଦଳର ଏଭଳି କାର୍ଯ୍ୟକ୍ରମ ସହରରେ ଉଚ୍ଚ ପ୍ରଶଂସିତ ହୋଇଛି । ଛେଣ୍ଡ ସ୍ଥିତ ୱାଟର କ୍ରାଫ୍ଟ ନିକଟରେ ରାଜ୍ୟ ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇଥିବା ଏହାର ପ୍ରାବନ୍ଧିକା ନିହାରିକା ବସ୍ତିଆ ଏବଂ ଜିତେନ୍ଦ୍ରୀୟ ବସ୍ତିଆଙ୍କୁ ଏହି ଶିବିରକୁ ନିମନ୍ତ୍ରଣ କରାଯାଇ ସମ୍ବର୍ଦ୍ଧିନା ଜ୍ଞାପନ କରାଯାଇଥିଲା ।

By amfnews

Related Post