Sat. Nov 23rd, 2024

ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ଭିନ୍ନକ୍ଷମମାନେ ସ୍ୱାବଲମ୍ବୀ ହେବାକୁ ଆହ୍ୱାନ

By amfnews Dec 5, 2018 #Featured
284 Views

ରାଉରକେଲା, ଡିସେମ୍ବର ୦୫ : ଆଞ୍ଚଳିକ ପୁନର୍ବାସ ଓ ଗବେଷଣା କେନ୍ଦ୍ର (ଆର୍ଆର୍ଆର୍ସି) ଏବଂ ସ୍ୱତନ୍ତ୍ର ବିଦ୍ୟାଳୟ ଆଶାଦୀପର ମିଳିତ ଆନୁକୂଲ୍ୟରେ ଜିଲା ଭିନ୍ନକ୍ଷମ ଦିବସ ରାଉରକେଲା ଠାରେ ଆଜି ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଭିନ୍ନକ୍ଷମଙ୍କ ପାଇଁ ଏକ ସଚେତନତା ଶୋଭାଯାତ୍ରା ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ ଡେଲି ମାର୍କେଟ ଟାଉନ ହାଇସ୍କୁଲ ପରିସରରେ ଉଦ୍ଘାଟନ କରିଥିଲେ । ଶୋଭାଯାତ୍ରା ମୁଖ୍ୟରାସ୍ତା ପରିକ୍ରମା କରି ଉଦିତନଗର ସ୍ଥିତ ପ୍ୟାରେଡ୍ ପଡିଆ ଠାରେ ପହଞ୍ôଚବା ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।

ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଆର୍ଜିଏଚ୍ ନିର୍ଦ୍ଦେଶକ ଡା. ଉଦୟଭାନୁ ଦାଶ, ପାନପୋଷ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ ସିଂ, ଲାଇନ୍ସ କ୍ଲବ୍ର ବ୍ରିଜ୍ମୋହନ ଅଗ୍ରୱାଲ, ମାରୱାଡି ମହିଳା ମଞ୍ଚ ସଭାନେତ୍ରୀ ଇନ୍ଦୁ ଅଗ୍ରୱାଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଭିନ୍ନକ୍ଷମମାନେ ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ସମାଜରେ ସ୍ୱାବଲମ୍ବୀ ହେବାକୁ ଅତିଥିବୃନ୍ଦ ଆହ୍ୱାନ ଦେଇଥିଲେ ।

ଆର୍ଆର୍ଆର୍ସିର ପୂର୍ବତନ ଅଧ୍ୟକ୍ଷ ରାମ ଚନ୍ଦ୍ର ବେହେରା ଉତ୍ସବରେ ପୌରହିତ୍ୟ କରି ଉତ୍ସବ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ସଂସ୍ଥା ପକ୍ଷରୁ ଭିନ୍ନକ୍ଷମଙ୍କ ଉଦ୍ଦେଶ୍ୟରେ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଉତ୍ସବରେ ଗତ ୧ ତାରିଖରେ ଆୟୋଜିତ ଜିଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ନୃତ୍ୟରେ ସୁନାମ ଅର୍ଜନ କରିଥିବା ଭିନ୍ନକ୍ଷମ ଜୁଲି କରଙ୍କୁ ସମ୍ମାନିତ କରାଯାଇଥିଲା । ଆଶାଦୀପ ଛାତ୍ରଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ ।

ଉତ୍ସବରେ ୩୨ ଜଣ ଭିନ୍ନକ୍ଷମଙ୍କୁ ବିଭିନ୍ନ ସହାୟକ ଉପକରଣ ଯଥା ୧୫ଟି ୩ ଚକିଆ ସାଇକେଲ୍, ୭ଟି ହ୍ୱିଲ୍ ଚେୟାର, ୫ଟି ଶ୍ରବଣ ଯନ୍ତ୍ର, ୫ଟି ଆଶାବାଡି ମାଗଣାରେ ବଣ୍ଟନ କରାଯାଇଥିଲା । ସବିତା ମହାନ୍ତି ମଞ୍ଚ ପରିଚାଳନା କରିଥିଲେ । ଲୀତାଞ୍ଜଳି ପତି, ସସ୍ମିତା ଧଳ, ଅନୀତା ଟିଗା, ଦମୟନ୍ତି ରାଉତ, ଶାନ୍ତନୁ କୁମାର ପଲାଇ, ବିଶିକେଶନ ନାୟକ, ମାରିୟାନ୍ସ ଟପ୍ପୋ, ସବିତା ସାମଲ, ପ୍ରକାଶ କୁମାର ପଣ୍ଡା, ଜ୍ୟୋତିସ୍ମିତା ମହାନ୍ତି, ମୁକେଶ ବାରିକ, ଶଙ୍କର ନାୟକ, ସୁକାନ୍ତ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

By amfnews

Related Post