Sat. Mar 7th, 2026

ବିଶ୍ୱ ବୟସ୍କ ଦୌଡ଼କୁଦରେ ଭାରତୀୟ ଶତାୟୁଙ୍କ ସଫଳତା, ୧୦୨ ବର୍ଷରେ ସ୍ୱର୍ଣ୍ଣ

183 Views

ନୂଆଦିଲ୍ଲୀ : ବୟସ ଏକ ସଂଖ୍ୟା ମାତ୍ର। ଭାରତର ବୟୋଜ୍ୟେଷ୍ଠ ମହିଳା ଧାବିକା ମାନ୍‌ କୌର ପୁଣି ଥରେ ଏହା ପ୍ରମାଣିତ କରିଛନ୍ତି। ୧୦୨ ବର୍ଷିୟା ମାନ୍‌ ସ୍ପେନର ମାଲଗାଠାରେ ଆୟୋଜିତ ବିଶ୍ୱ ବୟସ୍କ ଦୌଡ଼କୁଦ ବା ମାର୍ଷ୍ଟର୍ସ ଆଥଲେଟିକ୍ସର ୨୦୦ ମିଟରରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୧୦୦ରୁ ୧୦୪ ବର୍ଷ ବର୍ଗରେ ଅଂଶଗ୍ରହଣ କରି ସେ ଏହି ଅନନ୍ୟ ସଫଳତା ଲାଭ କରିଛନ୍ତି। ମାନ୍‌ ରେସ୍‌ ଶେଷ କରିବା ଲାଗି ୩ ମିନିଟ୍‌ ୧୪.୬୫ ସେକେଣ୍ଡ ସମୟ ନେଇଥିଲେ। ବୟସ୍କଙ୍କ ଅଲିମ୍ପିକ୍ସ କୁହାଯାଉଥିବା ଏହି ପ୍ରତିଯୋଗିତାରେ ତାଙ୍କ ୭୮ ବର୍ଷ ବୟସ୍କ ପୁଅ ଗୁରୁ ଦେବ କୌର ଗତ କିଛି ବର୍ଷ ହେବ ଅଂଶଗ୍ରହଣ କରି ଆସୁଛନ୍ତି। ଗୁରୁ ଦେବଙ୍କ ଅନୁରୋଧରେ ହିଁ ମାନ୍‌ ଚଳିତ ବର୍ଷ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ।

By amfnews

Related Post