Tue. Apr 22nd, 2025

ବିଶ୍ୱାସରେ ବିଷ ଦେଲେ଼, ପରେ ଆତ୍ମସମର୍ପଣ କଲେ ଆର୍ମି ଯବାନ

By amfnews Dec 18, 2019 #Featured
91 Views

ବଣାଇ : ଏକ ବିବାହ ଭୋଜିରେ ଦେଖାଦେଖିରୁ ଆରମ୍ଭ ହେଲା ପ୍ରେମ । ଜଣେ ଆର୍ମି ଯବାନଙ୍କୁ ପ୍ରେମିକ ଭାବେ ପାଇ ସରଳ ଆଦିବାସୀ ନାବାଳିକା ମଧ୍ୟ ତାଙ୍କ ଆଡ଼କୁ ଢଳିବାକୁ ଲାଗିଲେ। ଅପରପକ୍ଷେ ତାଙ୍କୁ ଚାକିରି କରାଇ ଦେବାର ବିଶ୍ୱାସ ଦେଇ ତାଙ୍କ ହୃଦୟ ଜିତିଥିଲେ ଯବାନଜଣକ।

ଏହାପରେ ୨ ପ୍ରେମ ପକ୍ଷୀ ଭାବନା  ରାଇଜରେ ବିଚରଣ କରିବାକୁ ଲାଗିଲେ। ନାବାଳିକା ପ୍ରେମିକା  ମଧ୍ୟ ପ୍ରେମିକଙ୍କୁ ବିଶ୍ୱାସ କରି ତାଙ୍କ ସଙ୍ଗେ ବିଭିନ୍ନ ଆଡ଼େ ବୁଲିବାକୁ ଲାଗିଲେ। ହେଲେ ବିବାହ କଥା ଉଠାଇବାରୁ ୨ ମାସ ହେବ ଧରା ଛୁଆଁ ଦେଲେନି ଯବାନଜଣକ। ନାବାଳିକା ପ୍ରେମିକାଙ୍କ ବିଶ୍ୱାସରେ ବିଷ ଦେଇ କେଉଁ ଆଡ଼ା ଚାଲିଗଲେ ପ୍ରେମିକ । ସବୁଆଡ଼ୁ ନିରାଶ ହେବାପରେ ୨ ମାସ ପୂର୍ବେ ଥାନାର ଦ୍ୱାରସ୍ଥ ହୋଇଥିଲେ ନାବାଳିକାଜଣକ । ଶେଷରେ ଯବାନଜଣକ ଗତକାଲି ଆତ୍ମସମର୍ପଣ କରିଥିବା ଜଣାଯାଇଛି।

ପୂରା ଘଟଣାଟି ଏହିପରି। ସୁନ୍ଦରଗଡ ଜିଲ୍ଲାର ବାରକୋଟ ଥାନା ମସିନ୍ଦା  ଗ୍ରାମର ବିରେନ୍ଦ୍ର ସାମାଡ ଆର୍ମିରେ ଯବାନ ଅଛନ୍ତି। ତାଙ୍କ ଗ୍ରାମରେ ଏକ ବିବାହ ଭୋଜିକୁ ଲହୁଣିପଡ଼ା ଥାନା ଅଞ୍ଚଳର ଜଣେ ଆଦିବାସୀ ନାବାଳିକା ଆସିଥିବା ବେଳେ ସେଠାରେ ଉଭୟଙ୍କ ସାକ୍ଷାତ ହୋଇଥିଲା।  ଏହାପରେ ଉଭୟଙ୍କ ସମ୍ପର୍କ ବଢ଼ିବାକୁ ଲାଗିଲା। ବିବାହ ଏବଂ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଦୀର୍ଘ ଦିନ ହେବ ବିରେନ୍ଦ୍ର ତାଙ୍କୁ ଦୁଷ୍କର୍ମ କରିବାକୁ ଲାଗିଲେ। ପୀଡ଼ିତା ବିବାହ ନିମନ୍ତେ କହିବାରୁ ସେ ଆଉ ଧରାଛୁଆଁ ଦେଲେନି।

ଏନେଇ ପୀଡିତା ୨ ମାସ ତଳେ ଲହୁଣିପଡ଼ା ଥାନାର ଏତଲା ଦେବା ପରେ ପୁଲିସ୍‌ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ପତ୍ତା ପାଇ ନ ଥିଲା।  ଏ ନେଇ ପରିବାର ଲୋକ ରାଉରକେଲା ଏସ୍‌ପିଙ୍କୁ  ଜଣାଇଥିଲେ। ଏପରିକି ବ୍ଲକ ଅଧ୍ୟକ୍ଷ ଏହି ଘଟଣାରେ ହସ୍ତକ୍ଷେପ କରି ପୀଡିତାଙ୍କୁ ନ୍ୟାୟ ନ ମିଳିଲେ ଆନ୍ଦୋଳନ ଲଗି ମଧ୍ୟ  ଧମକ ଦେଇଥିଲେ।  ଶେଷରେ ଆର୍ମି ଯବନ ବିରେନ୍ଦ୍ର ସାମାଡ ଥାନାରେ ଗତକାଲି  ଆତ୍ମସମର୍ପଣ କରିଥିବା ଜଣାପଡିଛି। ଆଜି ତାଙ୍କୁ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯିବ ବୋଲି ସୁଚନା ମିଳିଛି।

By amfnews

Related Post