Fri. Dec 27th, 2024

ବିଶ୍ୱର ସର୍ବୋଚ୍ଚ ସ୍ଥାନରେ କରୋନା: ମାଉଣ୍ଟ ଏଭରେଷ୍ଟରେ ପ୍ରଥମ ପଜିଟିଭ ଚିହ୍ନଟ

By amfnews Apr 24, 2021 #Featured
125 Views

ନୂଆଦିଲ୍ଲୀ, ଏପ୍ରିଲ ୨୪ : କରୋନା ଭାଇରସର ବର୍ଦ୍ଧିତ ସଂକ୍ରମଣ ଏବେ ବିଶ୍ୱର ସର୍ବୋଚ୍ଚ ସ୍ଥାନରେ ପହଂଚିଛି । ଏହା ଏବେ ଏଭରେଷ୍ଟ ଶୃଙ୍ଗକୁ ସ୍ପର୍ଶ କରିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମାଉଣ୍ଟ ଏଭରେଷ୍ଟର ବେସ ଶିବିରରେ ରହୁଥିବା ଜଣେ ପର୍ବତାରୋହୀ ସଂକ୍ରମିତ ହୋଇଛନ୍ତି । ତାଙ୍କୁ ହେଲିକପ୍ଟର ଯୋଗେ କାଠମାଣ୍ଡୁସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ଆରଲେଣ୍ଡ ନେଓ ନାମରେ ଜଣେ ପର୍ବତାରୋହୀ ଶୁକ୍ରବାର ଗଣମାଧ୍ୟମ ସଂସ୍ଥାକୁ ଖବର ଦେଇଥିଲେ ଯେ, ସେ ଗତ ୧୫ ତାରିଖ ଦିନ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ନେଓ କହିଥିଲେ ଯେ, ଏହା ପରେ ଗୁରୁବାର ଆହୁରି ଏକ ଟେଷ୍ଟ ହୋଇଥିଲା । ତାଙ୍କର ନମୁନା ରିପୋର୍ଟ ନେଗେଟିଭ ଆସିଥିଲା । ସେ ଏବେ ନେପାଳରେ ଏକ ଅସ୍ଥାୟୀ ପରବାର ସହିତ ରହୁଛନ୍ତି । 

ଏହି ମାମଲାରେ ଗାଇଡ ଆଷ୍ଟ୍ରିୟନ ଲୁକାସ ଫର୍ଣ୍ଣବେଶ ଏହି ସଂକଟକୁ ପ୍ରତୀକ ଦର୍ଶାଇ ଚେତାବନୀ ଦେଇଛନ୍ତି । ଫର୍ଣ୍ଣବେଶ କହିଛନ୍ତି ଯେ, ଯଦି ସମସ୍ତଙ୍କର ଯାଚଂ କରାଯିବ ନାହିଁ ତାେଲେ ଶିବିରରେ ଉପସ୍ଥିତ ହଜାର ହଜାର ପର୍ବତାରୋହୀ, ଗାଇଡ, ସହାୟକ କରୋନା ସଂକ୍ରମିତ ହୋଇଯିବେ । ସେ କହିଛନ୍ତି ଯେ, ବର୍ତ୍ତମାନ ଜରୁରୀକାଳୀନ ଭିତ୍ତିେ ଶିବିରରେ ଯାଂଚ ହେବା ଦରକାର । 

By amfnews

Related Post