ନୂଆଦିଲ୍ଲୀ, ଜୁଲାଇ ୨୫ : ମହାମାରୀ କରୋନା ଭାଇରସ ଦିନକୁ ଦିନ ଅଧିକ ଅନିୟନ୍ତ୍ରିତ ହେଉଥିବା ଦେଖାଯାଇଛି । ବିଗତ ୨୪ ଘଣ୍ଟା ଶନିବାର ସକାଳ ସାଢ଼େ ୬ଟାରେ ବିଶ୍ୱରେ ୬ ଲକ୍ଷ ୪୧ ହଜାର ୮୭୩ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱରେ ୧ କୋଟି ୫୯ ଲକ୍ଷ ୩୦ ହଜାର ୭୭୯ ଜଣ ସଂକ୍ରମିତ ହୋଇଛନ୍ତି । କରୋନା ଭାଇରସରୁ ୯୭ ଲକ୍ଷ ୧୬ ହଜାର ୯ ଜଣ ସୁସ୍ଥ ହୋଇଥିବା ବେଳେ ୫୫ ଲକ୍ଷ ୭୨ ହଜାର ୧୮୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।
ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଭାଇରସ ସଂକ୍ରମିତ ସଂଖ୍ୟା ୪୨ ଲକ୍ଷ ୪୮ ହଜାର ୩୧୧ରେ ପହଂଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୮ ହଜାର ୪୮୩ରେ ପହଂଚିଛି । ୨୦ ଲକ୍ଷ ୨୭ ହଜାର ୬୪୧ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ୭୨ ହଜାର ୧୮୭ ଜଣ । ଆମେରିକା ପରେ କରୋନା ଭାଇରସ ବ୍ରାଜିଲରେ ଉଗ୍ର ରୂପ ନେଇଛି ।
କେଉଁ ଦେଶରେ କରୋନାର ସ୍ଥିତି କେମିତି
ବ୍ରାଜିଲ: ୨୩ ଲକ୍ଷ ୪୮ ହଜାର ୨୦୦ ସଂକ୍ରମିତ, ୮୫ ହଜାର ୩୮୫ ମୃତ
ଋଷିଆ: ୮ ଲକ୍ଷ ୮୪୯ ଜଣ ସଂକ୍ରମିତ, ୧୩ ହଜାର ୪୬ ମୃତ
ଦକ୍ଷିଣ ଆଫ୍ରିକା: ୪ ଲକ୍ଷ ୨୧ ହଜାର ୯୪୪ ଜଣ ସଂକ୍ରମିତ, ୬ ହଜାର ୩୪୩ ମୃତ
ପେରୁ: ୩ ଲକ୍ଷ ୭୫ ହଜାର ୯୬୧ ଜଣ ସଂକ୍ରମିତ, ୧୭ ହଜାର ୮୪୩ ମୃତ
ମେକ୍ସିକୋ: ୩ ଲକ୍ଷ ୭୦ ହଜାର ୭୧୨ ସଂକ୍ରମିତ, ୪୧ ହଜାର ୯୦୮ ଜଣ ମୃତ
ଚିଲି: ୩ ଲକ୍ଷ ୪୧ ହଜାର ୩୦୪ ସଂକ୍ରମିତ, ୮ ହଜାର ୯୧୪ ଜଣ ମୃତ
ସ୍ପେନ: ୨ ଲକ୍ଷ ୯୭ ହଜାର ୯୧୪ ସଂକ୍ରମିତ, ୨୮ ହଜାର ୪୩୨ ମୃତ
ବ୍ରିଟେନ: ୨ ଲକ୍ଷ ୯୭ ହଜାର ୯୧୪ ସଂକ୍ରମିତ, ୪୫ ହଜାର ୬୭୭ ଜଣ ମୃତ
ପାକିସ୍ତାନ: ୨ ଲକ୍ଷ ୭୦ ହଜାର ୪୦୦ ଜଣ ସଂକ୍ରମିତ, ୫ ହଜାର ୭୩୩ ମୃତ