Fri. Dec 27th, 2024

ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୧୬ ଲକ୍ଷକୁ ବୃଦ୍ଧି, ୭.୬୮ ଲକ୍ଷ ମୃତ୍ୟୁ

By amfnews Aug 16, 2020 #Featured
132 Views

ନୂଆଦିଲ୍ଲୀ, ଅଗଷ୍ଟ ୧୬  : ମହାମାରୀ କରୋନା ଭାଇରସ ସମଗ୍ର ବିଶ୍ୱବାସୀଙ୍କୁ କବଳିତ କରୁଛି । ସମଗ୍ର ବିଶ୍ୱରେ ୨ କୋଟିରୁ ଅଧିକ ଲୋକ କରୋନା ଭାଇରସରେ ଆକ୍ରାନ୍ତ ହୋଇସାରିଛନ୍ତି । ଭାରତ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ । ରବିବାର ସକାଳ ୭ଟା ପର୍ଯ୍ୟନ୍ତ ବିଶ୍ୱରେ ୨ କୋଟି ୧୬ ଲକ୍ଷ ୩୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭ ଲକ୍ଷ ୬୮ ହଜାର ୬୦୩ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରୁ କୋଟିଏ ୪୩ ଲକ୍ଷ ୨୧ ହଜାର ୮୪୪ ଜଣ ସୁସ୍ଥ ହୋଇଥିଲା ବେଳେ ୬୫ ଲକ୍ଷ ୯ ହଜାର ୯୧୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ସକ୍ରିୟଙ୍କ ମଧ୍ୟରୁ ଗୁରୁତର ଅଛନ୍ତି ୬୪ ହଜାର ୪୪୯ ଜଣ ଲୋକ ।

ଯୁକ୍ତରାଷ୍ଟ୍ର ଆମେରିକା, ବ୍ରାଜିଲ ଓ ଭାରତରେ କରୋନା ଅଧିକ ବ୍ୟାପିଛି କରୋନା ଭାଇରସ । ଯୁକ୍ତରାଷ୍ଟ୍ର ଆମେରିକାରେ ୫୧ ଲକ୍ଷ ୯୯ ହଜାର ୪୪୪ ଜଣ ଲୋକ କରୋନା ସଂକ୍ରମଣରେ ଆସିଛନ୍ତି । ଏଥିରୁ ୧ ଲକ୍ଷ ୭୨ ହଜାର ୬୦୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସରୁ ଆମେରିକାରେ ୨୯ ଲକ୍ଷ ୧୮୮ ଜଣ ସୁସ୍ଥ ହୋଇଥିବା ବେଳେ ୨୪ ଲକ୍ଷ ୫୬ ହଜାର ୯୯୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ତେବେ ୧୭ ହଜାର ୧୮୬ ଜଣଙ୍କ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ଋଷିଆ: ୯ ଲକ୍ଷ ୧୭ ହଜାର ୮୮୪  ସଂକ୍ରମିତ, ୧୫ ହଜାର ୬୧୭ ମୃତ

ଦକ୍ଷିଣ ଆଫ୍ରିକା: ୫ ଲକ୍ଷ ୮୩ ହଜାର ୬୫୩ ସଂକ୍ରମିତ, ୧୧ ହଜାର ୬୧୭ ମୃତ

ପେରୁ: ୫ ଲକ୍ଷ ୧୬ ହଜାର ୨୯୬ ସଂକ୍ରମିତ, ୨୫ ହଜାର ୮୫୬ ମୃତ

ମେକ୍ସିକୋ: ୪ ଲକ୍ଷ ୧୭ ହଜାର ୭୧୪ ସଂକ୍ରମିତ, ୫୬ ହଜାର ୪୩ ମୃତ

କଲୋମ୍ବିଆ: ୪ ଲକ୍ଷ ୫୬ ହଜାର ୬୮୯ ସଂକ୍ରମିତ, ୧୪ ହଜାର ୮୧୦ ମୃତ 

ଚିଲି: ୩ ଲକ୍ଷ ୮୩ ହଜାର ୯୦୨ ସଂକ୍ରମିତ, ୧୦ ହଜାର ୩୯୫ ମୃତ

ସ୍ପେନ: ୩ ଲକ୍ଷ ୫୮ ହଜାର ୮୪୩ ସଂକ୍ରମିତ, ୨୮ ହଜାର ୬୧୩ ମୃତ

ପାକିସ୍ତାନ: ୨ ଲକ୍ଷ ୮୮ ହଜାର ୪୭  ସଂକ୍ରମିତ, ୬ ହଜାର ୧୬୨ ମୃତ

By amfnews

Related Post