Thu. Dec 26th, 2024

ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଉତ୍ସବ, ଆଜି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

By amfnews Dec 24, 2020 #Featured
209 Views

ନୂଆଦିଲ୍ଲୀ, ଡିସେମ୍ବର ୨୪ : ପଶ୍ଚିମବଙ୍ଗର ଶାନ୍ତିନିକେତନସ୍ଥିତ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ଶତବାର୍ଷିକୀ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମ୍ବୋଧନ କରିବେ । ବିଶ୍ୱବିଦ୍ୟାଳୟର ମୁଖ୍ୟ ଅତିଥି ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ପୂର୍ବାହ୍ନ ୧୧ଟାରେ ସମାରୋହକୁ ଉଦଘାଟନ କରିବେ । 

ପ୍ରଧାନମନ୍ତ୍ରୀ ମୋଦୀ ଏନେଇ ବୁଧବାର ଟୁଇଟ କରିଛନ୍ତି । ସେ କହିଛନ୍ତି, ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଜୀବନ ସହିତ ଘନିଷ୍ଠ ସଂପର୍କ ରଖିଥିବା ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ଶତବାର୍ଷିକୀ ସମାରୋହ ଆସନ୍ତାକାଲି (ଡିସେମ୍ବର ୨୪)ରେ ପାଳନ ହେବ ।

ସମାରୋହରେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ମଧ୍ୟ ଅଂଶଗ୍ରହଣ କରିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟକୁ ସ୍ୱର୍ଗତ ରବୀନ୍ଦ୍ରନାଥ ଟାଗୋର ୧୦୨୧ରେ ପ୍ରତିଷ୍ଠା କରିଥିଲେ । ବର୍ଷ ୧୯୫୧ ମସିହାରେ ଏହା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଘୋଷଣା ହୋଇଥିଲା । ଦେଶର ଅନ୍ୟତମ ପୁରୁଣା ଓ ଗୌରବ ବହନ କରୁଥିବା ଶିକ୍ଷାନୁଷ୍ଠାନ ଭାବେ ବିଶ୍ୱଭାରତୀ ନାଁ କରିପାରିଛି । 

By amfnews

Related Post