Tue. Dec 24th, 2024

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ୫ମ ପର୍ଯ୍ୟାୟରେ ଆସିଲା ୧୨ଖଣ୍ଡ ଫାସୀ କାଠ

By amfnews Apr 28, 2021 #Featured
130 Views

ପୁରୀ, ଏପ୍ରିଲ 28 :

କରୋନା କଟକଣା ମଧ୍ୟରେ ଚାଲିଛି ଜଗତ ର ନାଥ ଜଗନ୍ନାଥଙ୍କର ରଥଯାତ୍ରାର ପ୍ରସ୍ତୁତି । ସମସ୍ତ ସାମାଜିକ କଟକଣାକୁ ଆଖିରେ ରଖି ରଥକାଠ ଯୋଗାଡ଼ରେ ଲାଗିପଡ଼ିଛନ୍ତି ପୁରୀ ସେବାୟତ । ଏହାରି ଭିତରେ ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ  ପଞ୍ଚମ ପର୍ଯ୍ୟାୟରେ ନୟାଗଡରୁ ୧୨ଖଣ୍ଡ ଫାସୀ କାଠ ଗୋଟିଏ ଟ୍ରକରେ ପୁରୀରେ ପହଁଚିଛି।ଏହି ଟ୍ରକକୁ ଶ୍ରୀ ନଅର ସମ୍ମୁଖରେ କାଢିଦିଆଯାଇଛି।

। ଏହି ଫାସୀ କାଠରେ ତିନିରଥ ଚକ ପାଇଁ ତୁମ ନିର୍ମାଣ କରାଯିବ। ତିନିରଥ ପାଇଁ ୪୨ଗୋଟି ଚକ ନିର୍ମାଣ କରାଯିବ। ଗତକାଲି ବୌଦ୍ଧରୁ ଚତୁର୍ଥ ପର୍ଯ୍ୟାୟ ରେ ୯୬ଖଣ୍ଡ କାଠ ଆସିଥିଲା। ତେଣୁ ଚଳିତ ରଥଯାତ୍ରା ପାଇଁ ୭୯୬ ଖଣ୍ଡ କାଠର ଆବଶ୍ୟକତା ରହିଛି।

ରଥଯାତ୍ରା ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ପୂର୍ବ ବର୍ଷର ୬୯ ଖଣ୍ଡ କାଠ ବଳକା ରହିଛି। ତେଣୁ ଚଳିତ ରଥଯାତ୍ରା ପାଇଁ ୭୯୬ ଖଣ୍ଡ କାଠର ଆବଶ୍ୟକତା ରହିଛି। ତେବେ ୭୯୬ଖଣ୍ଡରୁ ଆଜି ପର‌୍ୟ୍ୟନ୍ତ ମୋଟ ୧୮୭ଖଣ୍ଡ ବର୍ତମାନ ସୁଦ୍ଧା ପୁରୀରେ ପହଂଚିଥିବା ବେଳେ ବଳକା କାଠ ପର୍ଯ୍ୟାୟ  କ୍ରମେ ଆସି ପହଞ୍ଚିବ ବୋଲି ସୂଚନା ମିଳିଛି।

ଖପୁରିଆ କରତକଳକୁ ୩୬୦ଖଣ୍ଡ କାଠ ପଠାଯାଇସାରିଛି। ଗତ ସରସ୍ୱତୀ ପୂଜା ଦିନ ଶ୍ରୀମନ୍ଦିର ପ୍ରଶାସନ କାର‌୍ୟ୍ୟାଳୟ ସମ୍ମୁଖରେ ତିନୋଟି କାଠକୁ ପାରମ୍ପରିକ ବିଧିରେ ପୂଜାର୍ଚ୍ଚନା କରାଯାଇଥିଲା।

ତିନିରଥ ନିର୍ମାଣ ପାଇଁ ପରମ୍ପରା ଅନୁଯାୟୀ ଶ୍ରୀରାମ ନବମୀ ଠାରୁ କଟକ ସ୍ଥିତ ଖପୁରିଆ କରତକଳରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ ହୋଇଛି ଗତ ବର୍ଷ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହୋଇଥିଲେ ବି ସେଠାରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳି ନଥିଲା ।

କରୋନା କଟକଣା କାରଣରୁ କେବଳ ସେବାୟତ, ପୂଜକ ଓ ପୋଲିସ ମାନେ ହିଁ ମହାପ୍ରଭୁଙ୍କ ରଥକୁ ଦର୍ଶନର ସୁଯୋଗ ପାଇଥିଲେ । ଏମିତି କି ପୁରୀ ବାସୀଙ୍କୁ ମଧ୍ୟ ରଥ ନିକଟକୁ ଯିବାର ସୁଯୋଗ ଦିଆଯାଇ ନଥିଲା ।

By amfnews

Related Post