Thu. Dec 26th, 2024

ବିଶ୍ବ ମାତୃ ଦିବସ, ସନ୍ତାନ ସୁଖରେ ହସୁଥାଏ ଶେଷ ନିଶ୍ବାସ ଯାଏଁ

By amfnews May 9, 2021 #Featured
190 Views

ଭୁବନେଶ୍ବର, ମେ ୦୯ : ଆଜି ବିଶ୍ବ ମାତୃ ଦିବସ । ଏହି ଅବସରରେ କେବଳ ଏତିକି କୁହାଯାଇପାରେ ଯେ, ମା ଥାଏ ଯେଉଁଠି ମମତାର ସୁରକ୍ଷା କବଚ ଥାଏ ସେଇଠି । ସନ୍ତାନର ପ୍ରତିଟି ସମସ୍ୟା ଓ ଅସୁବିଧାରେ ପରାମର୍ଶଦାତା ପରି ହେଉ ଅବା ସାଙ୍ଗଟିଏ ପରି ଦୁନିଆ ସହ ଲଢିଯାଉଥିବା ମଣିଷଟି ହେଉଛି ମା ।

ମା ପାଇଁ ନୁହେଁ ଗୋଟିଁଏ ଦିନ ସିଏ ସନ୍ତାନ ପାଇଁ ସାରା ଜୀବନର ଅମୂଲ୍ୟ ରତ୍ନଟିଏ । ଦଶମାସର ଯନ୍ତ୍ରଣା ସହି ଜନ୍ମ ଦେଉଥିବା ମା ସନ୍ତାନକୁ ଛାତିରେ ଲଗାଇ ଦୁନିଆକୁ ବଝିବା ଓ ପ୍ରତିଟି ସମୟରେ ସମାଜ ପ୍ରତି ନିଜ କର୍ତ୍ତବ୍ୟକୁ ବୁଝାଇବାରେ ସବୁବେଳେ ଆଗଭର । କୁନି ହାତ ଧରି ଚାଲିବା ଆରମ୍ଭ କରାଇଥିବା ମା ତା ଶିକ୍ଷାରେ ସନ୍ତାନକୁ ବଡ ବଡ ବିପତ୍ତିର ସମାଧାନ ରାସ୍ତା ଦେଖାଇ ଦିଏ ।

ନିଜ ଭୋକ ଓ ଇଚ୍ଛାକୁ ସନ୍ତାନ ପାଇଁ ସମର୍ପି ଦେଉଥିବା ମା ଆତ୍ମନିର୍ଭର ହୋଇ ସମାଜ ସମୃଦ୍ଧ କରିବାରେ ଏକ ଜ୍ବଳନ୍ତ ଉଦାହରଣ ହୋଇଥାଏ । ସନ୍ତାନର ଖୁସି ଓ ବିଜୟରେ ମା ହିଁ କୃତି ଅର୍ଜନ କରେ । ମା ନୁହେଁ କେବଳ ସନ୍ତାନର ସାହା ସେ ହିଁ ପୂରା ସମାଜ ସଂସ୍କାରର ପ୍ରକୃତ ରାହା ।

ସନ୍ତାନ ଶିକ୍ଷା, ସଂସ୍କାର ଓ ତାର ସ୍ବାଭିମାନରେ ସମୃଦ୍ଧ ହେଉଥିଲେ ମାର ବଳିଦାନକୁ କେବେ ନ ପାସୋରି ସ୍ବତନ୍ତ୍ର ସମୟ ଦେଇ ମନ କଥା ବୁଝିବା ଉଚିତ୍ । ସନ୍ତାନ ବଡ ହେବା ସହ ମା ସୁଖଦୁଖ, ଭଲମନ୍ଦର ସହଭାଗିନୀ ହୋଇଯାଏ। ମା କୋଳ ନୁହେଁ ଜନ୍ମ ଶଯ୍ୟା ଅଚିନ୍ତା ସରଗଟିଏ ମା ପଣତକାନି । ବିପଦରେ ଘଣ୍ଟ ଘୋଡେଇ ରଖେ । ତାର ଦିଅଁଦେବତାଙ୍କ ପାଖେ କେତେ ଯାଚନା ଓ କେତେ ମାଗୁଣି ।

ଆଜି ବିଶ୍ବ ମାତୃ ଦିବସ । ମା ମାନଙ୍କୁ ଆମେ ସାମାଜିକ ଗଣମାଧ୍ୟମ ଓ ଅନ୍ୟାନ୍ୟ ଉପାୟରେ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛେ । କିନ୍ତୁ ମାର ଖୁସି ତା ସନ୍ତାନର କିଛି ଭଲ ପାଇବା, କିଛି ପୁରୁଣା ସ୍ମୃତି, କିଛି ସ୍ବତନ୍ତ୍ର ମୁହୂର୍ତ୍ତରେ ରହିଥାଏ । ଆପଣମାନେ ବି ଆଜିର ଦିନକୁ ଧରାବତର କରି ପାଖରେ ରହୁଥିବା ମମତାମୟୀ ଦେବୀଙ୍କୁ ସେମିତି କିଛି ଉପହାରରେ ଆନନ୍ଦ କରାନ୍ତୁ । ଦୁନିଆର ସବୁ ମାଙ୍କୁ ଭୂମିଷ୍ଠ ପ୍ରଣାମ ।

By amfnews

Related Post