Tue. Dec 24th, 2024

ବିଶ୍ବରେ ବଢୁଛି ଭାରତର ଚାହିଦା, କରୋନା ଟୀକା ପାଇଁ ମେଡ ଇନ ଇଣ୍ଡିଆ ପଦ୍ଧତିକୁ ଆଦରିଲେ ୯ ଦେଶ

By amfnews Jan 11, 2021 #Featured
243 Views

ନୂଆଦିଲ୍ଲୀ, ଜାନୁଆରୀ ୧୧ : କରୋନା ମାହାମାରୀ ମଧ୍ୟରେ ସାରା ବିଶ୍ୱ ଟୀକାର ଅପେକ୍ଷାରେ ରହିଥିବାବେଳେ ଭାରତରେ ବିକଶିତ ଟୀକା ନେବା ପାଇଁ ୯ ଦେଶ ଆଗ୍ରହ ପ୍ରକାଶ କରିବା ସହ ମେଡ ଇନ ଇଣ୍ଡିଆ ପଦ୍ଧତିର ସହାୟତା ଲୋଡିଛନ୍ତି ।

ସେହିପରି ଦେଶ ମଧ୍ୟ ଭ୍ୟାକ୍ସିନର ଉତ୍ପାଦନ ଓ ରପ୍ତାନୀ ପାଇଁ ପ୍ରସ୍ତୁତ ଅଛି । ବ୍ରାଜିଲ, ମରକ୍କୋ, ସାଉଦି ଆରବ, ମିଆଁମାର, ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ଭଳି ଦେଶ ଭାରତଠୁ ଟୀକା ଆମଦାନୀ ପାଇଁ ପ୍ରସ୍ତୁତି ଚଳାଇଛନ୍ତି ।

ସୂଚନାନୁସାରେ, କରୋନା ଟୀକା ବିତରଣରେ ଭାରତ ସରକାର ବାଂଲାଦେଶ, ଭୁଟାନ, ନେପାଳ, ଶ୍ରୀଲଙ୍କା ଓ ଆଫଗାନିସ୍ତାନ ଭଳି ପଡୋଶୀ ଦେଶକୁ ଡୋଜ୍ ଦେବେ । ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବଙ୍କ କହିବାନୁସାରେ, କୋଭିଡ ମହାମାରୀ ବିରୋଧରେ ଲଢେଇ ଜାରି ରହିଛି । ଭାରତ ଏହି ପ୍ରକ୍ରିୟାରେ ବହୁତ ଆଗରେ ରହିଛି ।

ଅନେକ ଦେଶ ଭାରତକୁ ଅନୁରୋଧ କରିଛନ୍ତି ଯେ, ଗଭର୍ଣ୍ଣମେଣ୍ଟ ୨ ଗଭର୍ଣ୍ଣମେଣ୍ଟ ଆଧାରରେ ସିଧା ଭ୍ୟାକ୍ସିନ୍ ଡେଭଲପର୍ସଙ୍କୁ ନିର୍ଦ୍ଦେଶ ଦିଆଯାଉ । ଯେଉଁମାନେ ଭାରତରେ ଭାକସିନ୍ ତିଆରି କରୁଛନ୍ତି । ଖବର ଅନୁସାରେ, ନେପାଳ ଭାରତଠୁ ୧୨ ମିଲିୟନ କରୋନା ଟୀକା ଡୋଜ୍ ଦାବି କରିଛି । ଭୁଟାନ ପୁଣେର ସେରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆଠୁ ୧ ମିଲିୟନ ଡୋଜ୍ ମାଗିଛି । ସେହିପରି ମିଆମାଁର ଏକ ବୁଝାବଣାରେ ସ୍ୱାକ୍ଷର କରିସାରିଛି । ସେହିପରି ବାଂଲାଦେଶ କୋଭିସିଲ୍ଡର ୩୦ ମିଲିୟନ ଡୋଜ୍ ଦେବାକୁ ଭାରତକୁ ଅନୁରୋଧ କରିଛି ।

By amfnews

Related Post