Wed. Mar 11th, 2026

ବିଲ ପାଖ ରାସ୍ତାକଡ଼ରେ ଯୁବକଙ୍କ ଶବ; ହତ୍ୟା ସନ୍ଦେହ

152 Views

ବୌଦ୍ଧ  : ଶୁକ୍ରବାର ସକାଳେ ମନମୁଣ୍ଡା ଥାନା ଅନ୍ତର୍ଗତ ଝିକେରପାଲି ଗାଁ’ ପାଖରେ ଥିବା ବିଲ ପାଖ ରାସ୍ତାକଡ଼ରୁ ଜଣେ ଯୁବକଙ୍କ ଶବ ଉଦ୍ଧାର କରାଯାଇଛି। ମୃତ ଯୁବକ ହେଉଛନ୍ତି କୁଣ୍ଡାମାଲ ଗାଁ’ର ଅଚ୍ୟୁତ ସୁନା। ତାଙ୍କୁ ହତ୍ୟା କରାଯାଇଛି ବୋଲି ପାରିପାର୍ଶ୍ୱିକ ସ୍ଥିତିରୁ ଅନୁମାନ କରାଯାଉଛି। ତାଙ୍କ ଗାଁଠାରୁ ପ୍ରାୟ ଏକ କିଲୋମିଟର ଦୂର ରାସ୍ତାକଡ଼ରେ ସେ ମରିପଡ଼ିଥିବା ଆଜି ସକାଳେ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ। କିଛି ଦୂରରେ ଗୋଟାଏ ବାଇକ୍‌ ମଧ୍ୟ ପଡ଼ିଛି।

ଗତକାଲି ସନ୍ଧ୍ୟାବେଳେ ଅଚ୍ୟୁତ ପଳସାଗୋର ଗାଁକୁ ଯାଇ ଆଉ ଘରକୁ ଫେରି ନ ଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। କିଏ, କେଉଁ କାରଣରୁ ତାଙ୍କୁ ହତ୍ୟା କରିଛି ତାହା ଜଣାପଡ଼ି ନାହିଁ। ମନମୁଣ୍ଡା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

By amfnews

Related Post