217 Views
ରାଉରକେଲା, ୧୫ା୧୦ : ପାନପୋଷ ତାଲୁକ୍ ଲିଗାଲ ସର୍ଭିସେସ କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରବିନ୍ଦ୍ର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାଧାନରେ ବିରଜାପଲ୍ଲୀସ୍ଥିତ କୋର୍ଟ ପରିସରରେ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏସିଜେଏମ୍ ନିରଞ୍ଜନ ଜେନା, ସିନିଅର ସିଭିଲଜଜ୍ ନରେଶ ମହାନ୍ତି, ଏସ୍ଡ଼ିଜେଏମ୍ ଅଭୟ ଦାସ, ଜେଏମ୍ଏଫ୍ସି ବିଶ୍ୱକଳ୍ପିତା ମହାନ୍ତି, ସିଭିଲଜଜ୍ ସ୍ୱପ୍ନା ସାଗରିକା ଦାସ ଓ ଅନ୍ୟାନ୍ୟମାନେ ମାମଲା ପରିଚାଳନା କରିଥିଲେ ।
ଏଥିରେ ୨ଟି ମୋଟରଯାନ ଜନିତ ମାମଲା ଫଇସଲା ହୋଇଥିଲା । ଏହାର କ୍ଷତି ପୂରଣ ବାବଦରେ ୧୨ଲକ୍ଷ ଟଙ୍କା ପ୍ରଦାନ ପାଇଁ ବୀମା କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ୨ଟି ଚେକ ବାଉନ୍ସ ମାମଲରେ ୧୬ ଲକ୍ଷ ୨୦ ହଜାର ଟଙ୍କା ଆଦାୟ ଓ ଅନ୍ୟ୨ଟି ମାମଲାର ଏଫଆରଟି ହୋଇଥିଲା । ଏହି ମାମଲାକୁ ପରିଚାଳନାରେ ବରିଷ୍ଠ ଆଇନଜୀବୀ ଗିରିଶ ମହାପାତ୍ର, ପ୍ରଦୋଷ ମହାନ୍ତି, ଅରିନ୍ଦମ ଦତ୍ତତ୍ତ ପ୍ରମୁଖ ସହଯୋଗ କରିଥିଲେ ।