Sat. Mar 7th, 2026

ବିମାନ ଭିତରେ ବିଜେପି ବିରୋଧୀ ସ୍ଲୋଗାନ ଦେଇ ଯୁବତୀ ଗିରଫ

292 Views

ଟୁଟିକର୍ଣ୍ଣ : ବିମାନଭିତରେ ବିଜେପି ବିରୋଧୀ ସ୍ଲୋଗାନ ଦେବା ଜଣେ ୨୨ ବର୍ଷୀୟ ଯୁବତୀଙ୍କୁ ବେଶ୍‌ ଭାରି ପଡ଼ିଛି। ସମ୍ପୃକ୍ତ ମହିଳାଙ୍କୁ ଗିରଫ କରାଯିବା ସହିତ ତାଙ୍କୁ ୧୫ ଦିନ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଗତ ସେମାବାର ଦିନ ତାମିଲନାଡୁ ବିଜେପି ରାଜ୍ୟ ଅଧ୍ୟକ୍ଷା ତାମିଲସାଇ ସୁନ୍ଦରରାଜନ ଚେନ୍ନାଇରୁ ଟୁଟିକର୍ଣ୍ଣ ଯେଉଁ ବିମାନରେ ଯାଉଥିଲେ ସେହି ବିମାନରେ ସୋଫିଆ ନାମକ ଜଣେ ୨୨ ବର୍ଷୀୟ ଯୁବତୀ ଯାଉଥିଲେ। ତେବେ ତାମିଲନାଡୁ ବିଜେପି ରାଜ୍ୟ ଅଧ୍ୟକ୍ଷା ସୁନ୍ଦରରାଜନଙ୍କୁ ଦେଖି ବିମାନବଭିତରେ ଓ ବିମାନବନ୍ଦର ଭିତରେ ସୋଫିଆ ବାରମ୍ବାର ବିଜେପି ବିରୋଧୀ ସ୍ଲୋଗାନ ଦେଇ ତାଙ୍କୁ ଅପଦସ୍ତ କରିବାକୁ ଚେଷ୍ଟା କରିଥିଲେ। ଏ ନେଇ ତାମିଲନାଡୁ ବିଜେପି ରାଜ୍ୟ ଅଧ୍ୟକ୍ଷା ସୁନ୍ଦରରାଜନ ଟୁଟିକର୍ଣ୍ଣ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବା ପରେ ସମ୍ପୃକ୍ତ ଯୁବତୀଙ୍କୁ ଅଟକ ରଖି ପୁଲିସରେ ସୂଚନା ଦିଆଯାଇଥିଲା।

ପରେ ତାଙ୍କୁ ଆଇପିସିର ଧାରେ ୨୯୦, ୫୦୫(ଆଇ) (ବି) ଓ ତାମିଲନାଡୁ ସିଟି ପୁଲିସ ଆକ୍ଟ ର ଧାରା ୭୫ରେ ଗିରଫ କରାଯାଇ ଥୁଥୁକୁଡ଼ି ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଯାଇଥିଲା। ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ଏସ ତାମିଲସେଲଭି ସୋଫିଆଙ୍କୁ ୧୫ ଦିନ ପାଇଁ ବିଚାର ବିଭାଗୀୟ ହାଜାତକୁ ପଠାଇ ଦେଇଛନ୍ତି ବୋଲି ଟୁଟିକର୍ଣ୍ଣ ଜିଲ୍ଲା ପୁଲିସ ଅଧିକ୍ଷକ ମୁରଲୀ ରମ୍ଭା କହିଛନ୍ତି।

By amfnews

Related Post