Fri. Mar 6th, 2026

ବିମାନରେ ‘ଆମେ ମରିବାକୁ ଯାଉଛନ୍ତି’ କହି ଛାନିଆ କରାଇଥିବା ନିଶାସକ୍ତ ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ଜେଲ୍‌ଦଣ୍ଡ

541 Views

ଲଣ୍ଡନ: ବିମାନ ଭିତରେ ନିଶାସକ୍ତ ଆଚରଣ କରି ଯାତ୍ରୀମାନଙ୍କୁ ଛାନିଆ କରି ପକାଇଥିବା ଜଣେ ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ଇଂଲଣ୍ଡରେ ଛଅ ମାସ ଲାଗି ଜେଲ ଦଣ୍ଡାଦେଶ ହୋଇଛି।

ପ୍ରୋଜେକ୍ୟୁଟର୍‌ଙ୍କ କହିବା ଅନୁସାରେ, ଏ ବର୍ଷ ଜାନୁଆରି ମାସରେ ସ୍ପେନ୍‌ର ଟେନିରାଇଫ୍‌ରୁ ଇଂଲଣ୍ଡକୁ ଏକ ଜେଟ୍‌-ଟୁ ବିମାନରେ ଚାରି ଘଣ୍ଟିଆ ଯାତ୍ରା ନିମନ୍ତେ ବିମାନ ଆରୋହଣ ପୂର୍ବରୁ ୪୧ ବର୍ଷୀୟ କିରଣ ଜଗଦେବ ନାମ୍ନା ସେ ମହିଳା ଛଅରୁ ଆଠଟି ବିୟର୍‌ ବା ଯବସୁରା ପିଇଥିଲେ। ତା’ପରେ ସେ ବିମାନ ମଧ୍ୟରେ ପରିଚାରିକାମାନେ ତାଙ୍କୁ ଆଉ ମଦ ଦେବାକୁ ମନା କରିବାରୁ ସେ ନିଜ ହ୍ୟାଣ୍ଡ୍‌ ବ୍ୟାଗ୍‌ରେ ରଖିଥିବା ଓ୍ଵାଇନ୍‌ରୁ ୪ ରୁ ୫ ଗ୍ଲାସ୍‌ ପିଇଥିଲେ।

ତା’ ପରେ ଜଗଦେବ ଚିତ୍କାର କରିବା, ଅଭିଶାପ ଦେବା, କାନ୍ଦିବା ଏବଂ ତାଙ୍କ ସାମ୍ନା ସିଟ୍‌କୁ ଗୋଇଠା ମାରିବା ଆଦି କରି ସେଥିରେ ବସିଥିବା ଲୋକମାନଙ୍କୁ ଛାନିଆ କରି ପକାଇଥିଲେ।

ସିଟ୍‌କୁ ଗୋଇଠା ମାରୁଥିବାରୁ ତାଙ୍କୁ ସେଠାରୁ ଉଠାଇ ଦେବା ପରେ ଡିୟୁଟିରେ ନ ଥିବା ଜଣେ ମହିଳା ପୁଲିସ ଅଧିକାରୀ କ୍ୟାବିନ୍‌ କ୍ରୁଙ୍କୁ ସହାୟତା କରିବାକୁ ତାଙ୍କ ପାର୍ଶ୍ୱରେ ଥିବା ଅନ୍ୟ ଏକ ସିଟ୍‌ରେ ଜଗଦେବଙ୍କୁ ବସିବାକୁ କହିଥିଲେ, କିନ୍ତୁ ଜଗଦେବ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଦେଇଥିଲେ।

ବିମାନ ଅବତରଣ ସମୟରେ ଟିକିଏ ଧକ୍କା ଖାଇଯିବାରୁ ପାଇଲଟ୍‌ ବିମାନକୁ ଆପ୍ରୋଚ୍‌ ଉପରେ ରଖି ନ ପାରିବାରୁ ଜଗଦେବ ଚିତ୍କାର କରି ୧୦ ମିନିଟ୍‌ ଯାଏଁ କହିଥିଲେ: ଆମେ ସଭିଏଁ ମରିବାକୁ ଯାଉଛନ୍ତି।

ଅବତରଣ ପରେ ପୁଲିସ ତାଙ୍କୁ ଗିରଫ କରିଥିଲା।

By amfnews

Related Post