Sun. Apr 20th, 2025

ବିବିଏୟୁରେ ଆଡ୍‌ମିସନ୍‌ ବିଳମ୍ବ ଯୋଗୁଁ ‘ମର୍ସି କିଲିଙ୍ଗ୍‌’ ଚାହୁଁଛନ୍ତି ପିଏଚ୍‌ଡି ଆଶାୟୀ

By amfnews Dec 13, 2018 #Featured
354 Views

 ଲକ୍ଷ୍ନୌ: ପିଏଚ୍‌ଡି ପାଇଁ ନାମଲେଖା ପ୍ରକ୍ରିୟାରେ ବିଳମ୍ବ ଘଟୁଥିବାରୁ ବାବାସାହେବ ଭୀମରାଓ ଆମ୍ବେଦକର ବିଶ୍ୱବିଦ୍ୟାଳୟର (ବିବିଏୟୁ) ଜଣେ ଛାତ୍ର ‘ମର୍ସି କିଲିଙ୍ଗ୍‌’ ପାଇଁ ଅନୁମତି ପାଇବାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆବେଦନ କରିଛନ୍ତି।

ଅରୁଣ କୁମାର ନାମକ ସେ ଛାତ୍ର କହନ୍ତି: ବିବିଏୟୁର ଇତିହାସ ବିଭାଗରେ ୫ ମାସ ତଳୁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। କିନ୍ତୁ ସଫଳ ପ୍ରାର୍ଥୀମାନେ ଏଯାବତ୍‌ ନାମ ଲେଖାଇ ପାରି ନାହାନ୍ତି।

ପିଏଚ୍‌ଡି ଆଡ୍‌ମିସନ୍‌ରେ ବିଳମ୍ବ ହେଉଥିବାରୁ ସେ ଇଚ୍ଛାମୃତ୍ୟୁ ପାଇଁ ପ୍ରସ୍ତୁତ ହୋଇଥିବା କଥା ଅରୁଣ ରାଷ୍ଟ୍ରପତିଙ୍କ ପାଖକୁ ଲେଖିଛନ୍ତି।

ଶିକ୍ଷକମାନଙ୍କ ମଧ୍ୟରେ ବୁଝାମଣା ଓ ଅନ୍ତର୍ବିବାଦ ଯୋଗୁଁ ପିଏଚ୍‌ଡିରେ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ପ୍ରାର୍ଥୀମାନେ ହଇରାଣ ହେଉଛନ୍ତି। ଆମେ ଆମ କ୍ୟାରିୟର୍‌ ନିମନ୍ତେ ଚିନ୍ତିତ।

ଆମେ ନାମ ଲେଖାଇବା ପାଇଁ ଅପେକ୍ଷା କରିଥିବା ବେଳେ ଅନ୍ୟ ବିଭାଗ ସବୁରେ ପିଏଚ୍‌ଡି ଆରମ୍ଭ ହୋଇଗଲାଣି।

ମାର୍ଚ ୨୦୧୯ରେ ସରିବାକୁ ଯାଉଥିବା ଜୁନିୟର୍‌ ରିସର୍ଚ ଫେଲୋସିପ୍‌ ନିମନ୍ତେ ଅରୁଣ ଯୋଗ୍ୟ ବିବେଚିତ ହୋଇଛନ୍ତି। କିନ୍ତୁ, ଯଦି ସେ ପିଏଚ୍‌ଡିରେ ନାଁ ଲେଖାଇ ନ ପାରନ୍ତି ତେବେ ତାଙ୍କ ଫେଲୋସିପ୍‌ ଅର୍ଥ ମିଳିବ ନାହିଁ।

କୁଳପତି ଏନ୍‌ଏମ୍‌ପି ବର୍ମ କହନ୍ତି ଇତିହାସ ବିଭାଗରେ କିଛି ବୈଷୟିକ ତ୍ରୁଟି ରହିଛି ତା’ର ସମାଧାନ ହେବାକୁ ୨ ମାସ ଲାଗିବ।

By amfnews

Related Post