Thu. Mar 12th, 2026

ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ; ବନ୍ଧା ହେଲେ ଏସ୍‌ଓଜି ଯବାନ

159 Views

ଫୁଲବାଣୀ  :  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳର ଜଣେ ଯୁବତୀକୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଅଭିଯୋଗରେ ଜଣେ ଏସ୍‌ଓଜି ଯବାନଙ୍କୁ ପୁଲିସ୍ ଗିରଫ କରିଛି। ତାଙ୍କ ନାଁ ଦେବରାଜ କର୍ଣ୍ଣ। ପୁଲିସ୍ ଦେବରାଜଙ୍କୁ ସମ୍ୱଲପୁର ଅଞ୍ଚଳରୁ ଗିରଫ କରିଛି।

ପୀଡ଼ିତା ଫେବ୍ରୁଆରୀ ୩ ତାରିଖରେ କନ୍ଧମାଳ ଏସ୍‌ପିଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ କହିଥିଲେ। ଏହାପରେ ଫିରିଙ୍ଗିଆ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ସେହି ଦିନ ଠାରୁ ଅଭିଯୁକ୍ତ ଦେବରାଜ ଫେରାର ହୋଇଯାଇଥିଲା। ଗତକାଲି ପୁଲିସ୍‌ ତାଙ୍କୁ ଗିରଫ କରିଛି।

By amfnews

Related Post