Sat. Mar 7th, 2026

ବିବାହର କେଇ ମୁହୂର୍ତ୍ତ ପରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ନବଦମ୍ପତି

258 Views

ଟେକ୍ସାସ୍‌ : ଶୁକ୍ରବାର ଦିନ ବିବାହର ମାତ୍ର କେଇ ମିନିଟ୍‌ ପରେ ଟ୍ରକ୍‌ ଦୁର୍ଘଟଣାରେ ପିଲାଦିନର ପ୍ରେମିକ-ପ୍ରେମିକା ତଥା ନବଦମ୍ପତି ପ୍ରାଣ ହରାଇଥିବା କଥା ପୁଲିସ କହିଛି।

ମୃତ ଦମ୍ପତି ହେଲେ ୧୯ ବର୍ଷିୟ ସ୍ୱାମୀ ହେର୍ଲି ମୋର୍ଗାନ୍‌ ଏବଂ ତାଙ୍କ ପତ୍ନୀ ରିଆନ୍ନୋନ୍‌ ବଡ୍ରିଉକ୍ସ୍‍। ଦୁର୍ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା କଥା ଘୋଷଣା କରିଥିଲେ ତାଙ୍କୁ ବିବାହ କରାଇଥିବା ଜଷ୍ଟିସ୍‌ ଅଫ୍‌ ପିସ୍‌। ବିବାହ ରିସେପ୍‌ସନ୍‌କୁ ପଛେ ପଛେ ଯାଉଥିଲେ ସେମାନଙ୍କ ପରିବାର ଏବଂ ଅନ୍ୟମାନେ। ଅରେଞ୍ଜ୍‌ ପୁଲିସ କ୍ୟାପ୍‌ଟେନ୍‌ କିଥ୍‌ ଲଙ୍ଗ୍‌ଲଇସ୍‌ କହିଛନ୍ତି: ସେମାନେ ଥିଲେ ବାଲ୍ୟ ପ୍ରେମିକପ୍ରେମିକା। ସେମାନେ ଜନପ୍ରିୟ ଅରେଞ୍ଜ୍‌ କାଉଣ୍ଟି ଜଷ୍ଟିସ୍‌ ଅଫ୍‌ ପିସ୍‌ ଜୟ ଡୁବୋଜ୍‌-ସାଇମନ୍‌ଟନ୍‌ ଦ୍ୱାରା ବିବାହ ସମାପନ କରାଇବାକୁ ସ୍ଥିର କରାଇଥିଲେ।

ବର ହେର୍ଲି କାର୍‌ ଚଳାଉଥିଲେ। ଜଷ୍ଟିସ୍‌ ଅଫ୍‌ ଦି ପିସ୍‌ ଅଟ୍ଟାଳିକାର ଡ୍ରାଇଭ୍‌େଓ୍ଵ ଦେଇ ପାଞ୍ଚଥାକିଆ ରାଜପଥକୁ ଉଠିବା ବେଳେ ଓଜନିଆ ଟ୍ରାକ୍ଟର୍‌ ବୋହି ନେଇ ଯାଉଥିବା ଗୋଟାଏ ଟ୍ରେଲର୍‌ ଟ୍ରକ୍‌ ତାଙ୍କ ଗାଡ଼ିରେ ଧକ୍କା ଖାଇଥିଲା। ଧକ୍କା ଏଡ଼େ ପ୍ରଚଣ୍ଡ ଥିଲା ଯେ କାର୍‌ଟି ଅନେକ ଥର ଗଡ଼ି ଗଡ଼ି ଯାଇ ନୟନଯୋଡ଼ିରେ ପଡ଼ିଯାଇଥିଲା। ଘଟଣାସ୍ଥଳରେ ହିଁ ନବଦମ୍ପତିଙ୍କର ମୃତ୍ୟୁ ଘଟିଥିବା କଥା ଲଙ୍ଗଲଇସ୍‌ କହିଛନ୍ତି। ଡ୍ରାଇଭର୍‌ର ପରିଚୟ ମିଳି ନ ଥିଲେ ମଧ୍ୟ ସେ ତଦନ୍ତରେ ସହଯୋଗ କରୁଛନ୍ତି। ବରର ମାଆ ଲା’ସଓ୍ଵାନ୍‌ ମୋର୍ଗାନ୍‌ କହନ୍ତି: ମତେ ସେଇଠି ବସି ମୋ ପିଲାଦି’ଟାଙ୍କର ମରଣ ଦେଖିବାକୁ ପଡ଼ିଲା।

By amfnews

Related Post