Sun. Mar 8th, 2026

ବିବାଦୀୟ ଜମିକୁ ନେଇ ଗୋଷ୍ଠୀ ସଂଘର୍ଷ, ୫ ଗୁରୁତର

173 Views

ବାଲେଶ୍ୱର/ସୋର, ୧୦ା୧୧: ଜମିବାଡ଼ି ମାମଲାକୁ କେନ୍ଦ୍ର କରି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ କୁପୁରା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଏହି ଗଣ୍ଡଗୋଳରେ  ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ପ୍ରଥମେ ସିମୁଳିଆ ଡାକ୍ତରଖାନା ସ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅପରପକ୍ଷେ ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ପୁଲିସ ପହ୍ୟଚି ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, କୁପୁରା ଗାଁର ଏକ ବିବାଦୀୟ ଜମିକୁ ନେଇ ଗାଁର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା।ତେ;ବ ଆଜି ଏହି ବିବାଦୀୟ ଜମିକୁ କବ୍ଜା କରିବାକୁ ଗୋଟିଏ ଗୋଷ୍ଠୀ ଉଦ୍ୟମ କରୁଥିବା ବେଳେ ଅନ୍ୟଗୋଷ୍ଠୀ ଲୋକେ ଖଣ୍ଡା ଏବଂ ଭୂଜାଲିରେ ସେମାନଙ୍କୁ  ଆକ୍ରମଣ କରିଥିଲେ। ଏଥିରେ ନିଜାମ ଖାଁ, ସାରୁକ ଖାଁ, ସରଜିନା ଖାତୁନ୍‌, ମୈଜୁଦିନ ଖାଁ ଏବଂ ସୌମୁଦିନ୍‌ ପ୍ରୟମୂଖ ୫ ଜଣ ଗୁରୂତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ପ୍ରଥମେ ସିମୁଳିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ସେମାନଙ୍କ ଅବସ୍ଥା  ଗୁରୁତର ହେବାରୁ ସମସ୍ତଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

By amfnews

Related Post