417 Views
ଗତ ଦୁଇ ବର୍ଷ ଧରି ବିବାଦରେ ରହିଆସୁଥିବା ବଲିଉଡ କୁଇନ କଙ୍ଗନା ରଣାୱତ ଏବେ ପୁଣି ବିବାଦ ଘେରରେ । ନିକଟରେ କଙ୍ଗନାଙ୍କୁ ମୁମ୍ବାଇ ପୁଲିସ ତରଫରୁ ସମନ କରାଯାଇଛି । କଙ୍ଗନା , ଭଉଣୀ ରଙ୍ଗୋଲି ଏବଂ ତାଙ୍କ ପୁରା ଟିମ ବିରୁଦ୍ଧରେ ଏକ ସମ୍ପତି ବ୍ୟବସାୟୀ ଖାର ପୋଲିସ ଷ୍ଟେସନରେ ଏକ ଲିଖିତ ରିପୋର୍ଟ ଜାରି କରିଛନ୍ତି ।
ମିଳିଥିବା ଖବର ଅନୁଯାୟୀ ମୁମ୍ବାଇର ପାଲି ହିଲ ଠାରେ କଙ୍ଗନା ଏକ ବଙ୍ଗଳା କିଣିଥିଲେ । କିନ୍ତୁ ଏହି କାମରେ ସମ୍ପତି ବ୍ୟବସାୟୀଙ୍କୁ ଦିଆଯିବା କମିଶନର ସମସ୍ତ ଅର୍ଥ ରାଶୀ ଦିଆଯାଇ ନାହିଁ ବୋଲି ଅଭିଯୋଗ ଆସିଛି । ତେବେ କଙ୍ଗନାଙ୍କ କହିବା ଅନୁଯାୟୀ ଏକ ପ୍ରତିଶତ କମିଶନ ଦିଆଯିବ ବୋଲି ଦୃଢ କରାଯାଇଥିବା ସତ୍ୱେ ସମ୍ପତି ବ୍ୟବସାୟୀ ତାଙ୍କୁ ୨ ପ୍ରତିଶତର ଦାବି କରୁଛି । ଏବଂ ଏନେଇ କଙ୍ଗନା ଏବଂ ତାଙ୍କ ଟିମ ବିରୁଦ୍ଧରେ ଅଭିଯୋଗ କରାଯାଇଛି ।