Sun. Mar 8th, 2026

ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ନକ୍ସଲ ସାମଗ୍ରୀ ଜବତ

155 Views

ଭୁବନେଶ୍ୱର : ମାଲକାନଗିରିରେ ନକ୍ସଲ ଦମନ ଅପରେସନ୍‌ରେ ସୁରକ୍ଷା କର୍ମୀଙ୍କୁ ବଡ଼ ଧରଣର ସଫଳତା ମିଳିଛି। ସୁରକ୍ଷା କର୍ମୀମାନେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ନକ୍ସଲ ସାମଗ୍ରୀ ଜବତ କରିଛନ୍ତି। ଅସ୍ତ୍ରଶସ୍ତ୍ର ଜବତରେ ଏହା ଓଡ଼ିଶା ଇତିହାସରେ ସର୍ବାଧିକ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୁଲିସ୍‌ ଡିଜି ଅଭୟ।

ସେ କହିଛନ୍ତି ଯେ ଗୋଟିଏ ମେସିନ୍‌ଗନ୍‌, ୩ଟି ଇନସାସ୍‌ ରାଇଫଲ୍, ଗୋଟିଏ ଷ୍ଟେନ୍‌ଗନ୍, ବହୁ ପରିମାଣର ଗୁଳିଗୋଳା, ଭିଏଚ୍‌ଏଫ୍‌ ସେଟ୍ କମ୍ ସ୍କାନର, ଟିଫିନ୍‌ ବୋମା, ବିପୁଳ ନକ୍ସଲ ପୁସ୍ତିକା ଓ ପୋଷାକ ସହ ଅନ୍ୟାନ୍ୟ ବହୁ ସାମଗ୍ରୀ ଜବତ କରାଯାଇଛି।

ଡିଜିପି ଆହୁରି କହିଛନ୍ତି ଯେ ଗତ ଜାନୁଆରୀ ମାସରେରେ ସ୍ୱାଭିମାନ ଅଞ୍ଚଳ ସହ ମାଲକାନଗିରି ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ ବଡ଼ ଧରଣର ଅପରେସନ୍‌ ହୋଇଥିଲା। ଓଡ଼ିଶା ପୁଲିସ୍‌, କୋବ୍ରା ବାହିନୀ, ଆନ୍ଧ୍ର ପୁଲିସ, ବିଏସ୍ଏଫ୍ ଓ ସିଆର୍‌ପିଏଫ୍‌ର ଯବାନମାନେ ଏହି ଅପରେସନ୍‌ରେ ସାମିଲ ହୋଇଥିଲେ। ନକ୍ସଲମାନେ ମାଟି ତଳେ ଏସବୁ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିବା ବେଳେ ଜବତ କରାଯାଇଛି।

By amfnews

Related Post