Sun. Jun 15th, 2025

ବିପାସା ବସୁଙ୍କ କ୍ୟାରିଅର୍‌ରେ ଲାଗିଲା ଗ୍ରହଣ!

By amfnews Mar 14, 2019 #Featured
371 Views

ମୁମ୍ବାଇ: ବଲିଉଡ଼ ନାୟିକା ବିପାସା ବସୁ ଚାରି ବର୍ଷ ପରେ ବଲିଉଡକୁ ଫେରିବେ ବୋଲି ଶୁଣାଯାଉଥିଲା। ସେ ଏକ ପୁରୁଣା ଫିଲ୍ମର ରିମେକ୍‌ରେ ଲିଡ୍‌ ଆକ୍‌ଟ୍ରେସଭାବେ ନଜର ଆସିବେ ବୋଲି କୁହାଯାଉଥିଲା। ଏହି ଫିଲ୍ମ ହେଲା ୧୯୬୪ ମସିହାରେ ରିଲିଜ୍‌ ହୋଇଥିବା ମନୋଜ କୁମାର-ସାଧନାଙ୍କ ଅଭିନୀତ ‘ଓ କୌନ୍‌ ଥି’। ‘ଓ କୌନ୍‌ ଥି’ର ନିର୍ମାଣ କାର୍ଯ୍ୟ ଆଶା ଓ ଆଶଙ୍କା ଭିତରେ ଝୁଲି ରହିଥିବା ଯୋଗୁଁ ବିପାସା ବସୁଙ୍କ କ୍ୟାରିଅରରେ ପୁଣି ଗ୍ରହଣ ଲାଗିଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଓରିଜିନାଲ ଫିଲ୍ମ ‘ଓ କୌନ୍‌ ଥି’ର ନିର୍ମାତା ଏନ୍‌ ଏନ୍‌ ସିପ୍ପୀଙ୍କଠାରୁ ନିର୍ମାତା ନିମିତ କପୁର ଓ ପ୍ରେରଣା ଅରୋରା ରିମେକ୍‌ ରାଇଟ୍‌ସ ଆଣିଥିଲେ। କିନ୍ତୁ ପ୍ରେରଣା ଅରୋରା ଗିରଫ ହେବା ପରେ ‘ଓ କୌନ୍‌ ଥି’ର ରିମେକ୍‌ ନିର୍ମାଣ ପ୍ରକ୍ରିୟା ବନ୍ଦ ହୋଇଯାଇଛି। ଏହି ସିନେମାରେ ନାୟିକା ଭୂମିକାରେ ବିପାସା ବସୁ ଅଭିନୟ କରିବାକୁ ଚୁକ୍ତିବଦ୍ଧ ହୋଇଥିଲେ। ଏଥିପାଇଁ ସେ ଖୁବ୍‌ ପରିଶ୍ରମ ଓ ହୋମଓ୍ଵାର୍କ ମଧ୍ୟ ଆରମ୍ଭ କରି ଦେଇଥିଲେ। କିନ୍ତୁ ସେସବୁ ବ୍ୟର୍ଥ ହୋଇଯାଇଥିବା କୁହାଯାଉଛି, କାରଣ ‘ଓ କୌନ୍‌ ଥି’ର ରିମେକ୍‌ ଏବେ ନିର୍ମିତ ହେବ ନାହିଁ।

By amfnews

Related Post