Sun. Mar 8th, 2026

ବିପଦ ସଙ୍କେତ ଉପରେ ଜଳକା ନଦୀ

226 Views

ଜଳେଶ୍ୱର : ଲଘୁଚାପଜନିତ ବର୍ଷା ଯୋଗୁ ରାଜ୍ୟର ପ୍ରମୁଖ ନଦୀମାନଙ୍କରେ ଜଳସ୍ତର ବଢିବାରେ ଲାଗିଛି। ଏଥିଯୋଗୁ ବାଲେଶ୍ୱର ଜିଲ୍ଲାର ବସ୍ତା ବ୍ଳକ୍ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ନଦୀର ଉପର ମୁଣ୍ଡରେ ଥିବା ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା ଓ ଚିତ୍ରଡା ଅଞ୍ଚଳରେ ଦୁଇ ଦିନ ଧରି ବର୍ଷା ଲାଗି ରହିଛି। ଏଥିଯୋଗୁ ନଦୀର ଜଳସ୍ତର ବଢିବାରେ ଲାଗିଛି।

ବସ୍ତା ବ୍ଲକ ମଥାନୀଠାରେ ଜଳକା ନଦୀର ବିପଦ ସଙ୍କେତ ୫.୫୦ ମିଟର ରହିଛି। ହେଲେ ସକାଳ ୯ଟା ମଧ୍ୟରେ ବିପଦ ସଙ୍କେତ  ଅତିକ୍ରମ କରି ୬.୪୫ ମିଟରରେ ଜଳ ପ୍ରବାହିତ ହେଉଛି।

ଫଳରେ ବସ୍ତା ବ୍ଳକର ପତ୍ରଝର , ଦୁଧହୋଂଶ, କୁଡ଼ିଆ, ମଥାନି, ବହର୍ଦ୍ଦା ପଞ୍ଚାୟତ ଓ ସଦର ବ୍ଳକର ଦୁଇଟି ପଞ୍ଚାୟତ ଅନ୍ତର୍ଗତ ରସଲପୁର ଓ ଶ୍ରୀରାମପୁରରେ ବନ୍ୟା ହେବାର ଆଶଙ୍କା ଦେଖାଦେଇଛି। ଏପରି ପରିସ୍ଥିତିର ମୁକାବିଲା କରିବା ଲାଗି ପ୍ରଶାସନ ପ୍ରସ୍ତୁତ ଥିବା ଜଣାଯାଇଛି।

By amfnews

Related Post