Sun. Jan 19th, 2025

ବିପଦ ମୁହାଁ ହେଉଛି କରୋନା: ଆଜି ଦେଶରେ 2 ଲକ୍ଷ ଟପିଲା ଆକ୍ରାନ୍ତ ଚିହ୍ନଟ ସଂଖ୍ୟା, 1038 ଜଣଙ୍କ ମୃତ୍ୟୁ

By amfnews Apr 15, 2021 #Featured
128 Views

ନୂଆଦିଲ୍ଲୀ,ଏପ୍ରିଲ 15 : ଦେଶରେ ବିପଦ ମୁହାଁ ହେଉଛି କରୋନା  ।  ଦେଶରେ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ଦୈନିକ କରୋନା ସଂକ୍ରମଣ ।  ଆଜି 2 ଲକ୍ଷ ପାର କରୋନା ଆକ୍ରାନ୍ତ ଚିହ୍ନଟ । ଗତ 24 ଘଣ୍ଟାରେ ଦେଶରେ 2 ଲକ୍ଷ 739 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି ।

ଦେଶରେ ସାଙ୍ଘାତିକ ହେଉଛି କରୋନାସ୍ଥିତି । ଆଜି ପୁଣି ଦୈନିକ କରୋନା ଆକ୍ରାନ୍ତ ଚିହ୍ନଟ ସଂଖ୍ୟାର ନୂଆ ରେକର୍ଡ  । ଆଜି 2 ଲକ୍ଷ 739 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 1 କୋଟି 40 ଲକ୍ଷ 74 ହଜାର 564 କୁ ବୃଦ୍ଧି ପାଇଛି । ସେହିପରି ଗତ 24 ଘଣ୍ଟାରେ 93 ହଜାର 528 ଜଣ କରୋନାକୁ ପରାସ୍ତ କରି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିପରି 24 ଘଣ୍ଟାରେ ମହାମାରୀ କରୋନା ଭାଇରସରେ 1038 ଜଣଙ୍କ ମୃତ୍ୟୁ ଘଟିଛି ।  ମୋଟ ମୃତ୍ୟୁ ସଂଖ୍ୟା 1 ଲକ୍ଷ 73 ହଜାର 123 କୁ ବୃଦ୍ଧି ପାଇଛି । ଏବେ ବି 14  ଲକ୍ଷରୁ ଅଧିକ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । 14 ଲକ୍ଷ 71 ହଜାର 877 ଜଣ ଚିକିତ୍ସାଧୀନ ଅଛନ୍ତି ।  ତେବେ ମହାରାଷ୍ଟ୍ରରେ ସ୍ଥିତି ଅଧିକ ସଙ୍ଗୀନ ରହିଛି ।  ଦେଶରେ ଏଯାବତ 11 କୋଟି 44 ଲକ୍ଷ 93 ହଜାର 238 ଜଣ କୋଭିଡ ଭ୍ୟାକ୍ସିନ ନେଇଛନ୍ତି ।

By amfnews

Related Post