Wed. Apr 16th, 2025

ବିନା ଅନୁମତିରେ ବାହାଘରକୁ ଯାଇଥିବା ଝିଅକୁ ଗୁଳି ମାରି ହତ୍ୟା କଲେ ବାପା

By amfnews Dec 16, 2018 #Featured
188 Views

କର୍ଣ୍ଣାଲ୍‌, ଡିସେମ୍ବର ୧୬ : କୁରୁକ୍ଷେତ୍ର ଜିଲ୍ଲା ଅନ୍ତର୍ଗତ ମୋହନ ନଗର ଅଞ୍ଚଳରେ ଜଣେ ବାପ ତାଙ୍କର ୨୨ ବର୍ଷୀୟ ଝିଅକୁ ଗୁଳି ମାରି ହତ୍ୟା କରିଛନ୍ତି। ମୃତ ଝିଅର ନାମ ରୁବାଲ ଏବଂ କୁରୁକ୍ଷେତ୍ରର ଏକ ଘରୋଇ କଲେଜରେ ସେ ବିଏସ୍‌ସି ଦ୍ୱିତୀୟ ବର୍ଷର ଛାତ୍ରୀ।

ନରହତ୍ୟା ଅଭିଯୋଗରେ ତାଙ୍କ ବାପା ରାଜୀବ କୁମାରଙ୍କୁ ବୁକ୍‌ କରାଯାଇଥିବା କଥା ପୁଲିସ କହିଛି। ସୂଚନା ଅନୁସାରେ, ଶୁକ୍ରବାର ଅପରାହ୍ଣରେ ରୁବାଲ୍‌ ଏକ ବାହାଘର ଅନୁଷ୍ଠାନରୁ ଫେରିବା ପରେ ଘଟନାଟି ଘଟିଥିଲା।

ପୁଲିସ ଅଧିକାରୀଙ୍କ କହିବା ଅନୁସାରେ, ରୁବାଲ୍‌ଙ୍କ ବାପା ଚାହୁଁଥିଲେ ସେ ଘରେ ବସି ପଢୁ, କିନ୍ତୁ ତାଙ୍କ ଅନୁମତି ନ ନେଇ ସେ ବାହାଘର ଉତ୍ସବକୁ ଚାଲିଯାଇଥିଲା। ତାଙ୍କ କଥା ନ ମାନିଥିବାରୁ କ୍ରୋଧାନ୍ଵିତ ହୋଇ ବାପା ନିଜର ଲାଇସେନ୍‌ସ୍‌ପ୍ରାପ୍ତ ପିସ୍ତଲ୍‌ କାଢ଼ି ଝିଅ ଉପରକୁ ତିନି ରାଉଣ୍ଡ୍‌ ଗୁଳି ଚଳାଇଥିଲେ। ଝିଅ ଛାତି ଓ ପେଟରେ ଗୁଳି ଚୋଟ ଲାଗିଥିଲା। ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଭାରତୀୟ ପିଙ୍ଗଳ କୋଡ୍‌ ଧାରା ୩୦୨ରେ ଝିଅର ବାପାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା କଥା ପୁଲିସ କହିଛି। ବ୍ୟବଚ୍ଛେଦ ପରେ ଝିଅର ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ଏ କ୍ଷେତ୍ରରେ ଅନର୍‌ କିଲିଙ୍ଗ୍‌ ସମ୍ଭାବନାକୁ ମଧ୍ୟ ପୁଲିସ ଏଡ଼ାଇ ଦେଇ ପାରୁନାହିଁ।

By amfnews

Related Post