Sat. Mar 7th, 2026

ବିଧାୟକ ବିଷ୍ଣୁ ସେଠୀଙ୍କ ବିବୃତ୍ତି ପରେ ଭଦ୍ରକରେ ଉତ୍ତେଜନା; କଂଗ୍ରେସର ବିଶାଳ ଶୋଭାଯାତ୍ରା

285 Views

ଭଦ୍ରକ  : ଗୁରୁବାର ଦିନ ତିନ୍‌ ତଲାକ୍‌ ବିଲ୍‌ ଏବଂ ମୁସଲମାନ ମହିଳାଙ୍କ ସମ୍ବନ୍ଧରେ ଧାମନଗର ବିଜେପି ବିଧାୟକ ବିଷ୍ଣୁ ସେଠୀ ଦେଇଥିବା ବିବୃତ୍ତି ଯୋଗୁଁ ଭଦ୍ରକରେ ଉତ୍ତେଜନା ଦେଖାଦେଇଛି।

ଏହି ବିଦାଦୀୟ ବିବୃତ୍ତିକୁ ବିରୋଧ କରି ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୦: ୩୦ରେ ଭଦ୍ରକ କଂଗ୍ରେସ କମିଟି ତରଫରୁ ଏକ ବିଶାଳ ଶୋଭାଯାତ୍ରା ବାହାର କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କଂଗ୍ରେସ ପାର୍ଟିର ଶତାଧିକ କର୍ମକର୍ତ୍ତା ଏକ ଶୋଭାଯାତ୍ରାରେ ଯାଇ କଲେକ୍ଟରିଏଟ୍‌ ଘେରାଉ କରିଥିଲେ।ସେଠାରେ ବିକ୍ଷୋଭକାରୀମାନେ ବିଧାୟକ ବିଷ୍ଣୁ ସେଠୀଙ୍କ କୁଶପୁତ୍ତଳିକା ଦାହ କରିବା ସହ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଥିଲେ। ସେଥିରେ ସେମାନେ ଉଲ୍ଲେଖ କରିଛନ୍ତି ଯେ ବିବୃତ୍ତି ପାଇଁ ବିଧାୟକ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରନ୍ତୁ, ଏବଂ ତାଙ୍କୁ ଗିରଫ କରାଯାଉ।

By amfnews

Related Post