Wed. Nov 6th, 2024

ବିଧାୟକ ବାପା ନାଁରେ ଝିଅ ଆଣିଲା ହତ୍ୟା ଧମକ ଅଭିଯୋଗ

By amfnews Jul 11, 2019 #Featured
119 Views

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ବରେଲି ବିଜେପି ବିଧାୟକ ତାଙ୍କ ଝିଅଙ୍କୁ ହତ୍ୟା ଧମକ ଦେଉଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଣିଛନ୍ତି ଖୋଦ୍ ବିଧାୟକ ରାଜେଶ ମିଶ୍ରା (ପପୁ ଭରତୌଲ) ଙ୍କ ଝିଅ ସାକ୍ଷୀ। ତାଙ୍କ ସ୍ୱାମୀଙ୍କ ସହ ଏକ ଭିଡିଓ ମେସେଜ ଜରିଆରେ ସାକ୍ଷୀ ନିଜ ପ୍ରତି ଏବଂ ତାଙ୍କ ଶାଶୁ ଘର ଲୋକଙ୍କ ଜୀବନ ପ୍ରତି ବିପଦ ଥିବା କହିଛନ୍ତି।

ସୂଚନାଯୋଗ୍ୟ, ବିଜେପି ବିଧାୟକ ରାଜେଶ ମିଶ୍ରାଙ୍କ ଝିଅ ସାକ୍ଷୀ ନିକଟରେ ଜଣେ ଦଳିତ ଜାତିର ପୁଅକୁ ପ୍ରେମ ବିବାହ କରିଥିଲେ। ଯାହାକୁ ତାଙ୍କ ବାପଘର ଲୋକେ ବିରୋଧ କରୁଥିଲେ। ଏହାପରେ ବିଧାୟକ ବାପା ଏବଂ ତାଙ୍କର ସମର୍ଥକ ମାନେ ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରୁଥିବା ସହିତ ତାଙ୍କ ଶାଶୁ ଘର ଲୋକଙ୍କୁ ଧମକ ଚମକ ଦେଉଥିବା ଝିଅ ସାକ୍ଷୀ ଭିଡିଓ ମେସେଜରେ ସ୍ୱାମୀଙ୍କ ସହ ଏକ କାରରେ ବସି କହିଥିଲେ।

ଆହୁରି ସାକ୍ଷୀ କହିଥିଲେ ଯେ ବିଧାୟକ ମହୋଦୟ ପପୁ ଭରତୌଲ ଜୀ ଓ ଭିକି ଭରତୌଲ ଜୀ ଶାନ୍ତିରେ ରୁହ ଓ ଆମକୁ ବଞ୍ଚିବାକୁ ଦିଅ। ମୁଁ ସତରେ ବାହା ହୋଇଯାଇଛି। ଏହି ସିନ୍ଦୂରକୁ କୌଣସି ଫ୍ୟାଶନ ପାଇଁ ମୁଁ ଲଗେଇ ନାହିଁ ବରଂ ବିବାହ କରିଛି ବୋଲି ଲଗେଇଛି।’ ବୋଲି ଭାଇରାଲ ହୋଇଥିବା ଭିଡିଓରେ ସାକ୍ଷୀ କହୁଥିବା ଦେଖିବାକୁ ମିଳିଛି।

ଗଣମାଧ୍ୟମରେ ବିଧାୟକଙ୍କ ଝିଅର ମନ୍ତବ୍ୟ ଭାଇରାଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ରାଜେଶ ମିଶ୍ରା। ମିଡିଆରେ ଏକ ପ୍ରେସ ରିଲିଜ ଜାରି କରି କହିଛନ୍ତି ତାଙ୍କ ଝିଅର ବୟସ ୧୮ ବର୍ଷରୁ ଅଧିକ। ସେ କେଉଁଠି ବିବାହ କରିବ ତାହା ତାର ନିଷ୍ପତ୍ତି। ମୁଁ ଏହି ବିବାହକୁ ବିରୋଧ କରୁ ନାହିଁ, କି ତାକୁ କୌଣସି ନିଜ ତରଫରୁ ଅବା ଅନ୍ୟ ମାଧ୍ୟମରେ ଧମକ ଦେଉନଥିବା ସ୍ପଷ୍ଟ କରିଛନ୍ତି ଚେନପୁର ବିଧାୟକ ରାଜେଶ ମିଶ୍ରା।

Saurabh shukla@Saurabh_Ndtv

BJP MLA Rajesh Mishra on her daughters viral message “He says – media is running wrong news,have not called my daughter and threatened her,Not sent anyone after her,My daughter is an adult . She can take her own decisions” ⁦@ndtv

By amfnews

Related Post