Sun. Mar 8th, 2026

ବିଧାୟକ ଦଳ ବୈଠକକୁ ଆସିଲେନି ୧୨ କଂଗ୍ରେସ ବିଧାୟକ

172 Views

ବେଙ୍ଗାଲୁରୁ: ସମୟ ଗଡ଼ିବା ସହିତ ବିଗୁଡୁଛି କର୍ଣ୍ଣାଟକା କଂଗ୍ରେସ-ଜେଡିଏସ ମେଣ୍ଟର ସ୍ଥିତି। ଇସ୍ତଫା ଦେଇଥିବା ୧୨ କଂଗ୍ରେସ ବିଧାୟକଙ୍କୁ ନେଇ ଆଜି କଂଗ୍ରେସ ବିଧାୟକ ଦଳ ବୈଠକ ହେବାର ଥିଲା। କିନ୍ତୁ ଏହି ବୈଠକକୁ ଅସନ୍ତୁଷ୍ଟ ୧୨ ବିଧାୟକ ଆସିନଥିଲେ। ଏହି ୧୨ ଜଣଙ୍କ ମଧ୍ୟରୁ ତିନି ଜଣ ଅସୁସ୍ଥତା ପାଇଁ ଆସି ପାରିନଥିବା ଦର୍ଶାଇଛନ୍ତି।

ତେବେ ରାଜ୍ୟରେ ଦେଖାଦେଇଥିବା ରାଜନୀତିକ ସଙ୍କଟ ଉପରେ ଆଜି ବାଚସ୍ପତିଙ୍କ ନିଷ୍ପତ୍ତିକୁ ସମସ୍ତେ ଅପେକ୍ଷା କରିଛନ୍ତି। ବାଚସ୍ପତି ରମେଶ କୁମାର କହିଛନ୍ତି ଏଯାଏ କୌଣସି ଇସ୍ତଫା ଗ୍ରହଣ ହୋଇନି। ସମ୍ୱିଧାନର ନିୟମ ଅନୁଯାୟୀ ସେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି।

ଅନ୍ୟପଟେ କର୍ଣ୍ଣାଟକା କଂଗ୍ରେସର ପ୍ରମୁଖ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମାୟା କହିଛନ୍ତି ସେ ଆଶ୍ୱସ୍ତ ଯେ ସରକାର ଭାଙ୍ଗିବ ନାହିଁ। ଅନ୍ୟପଟେ ବିଜେପି ପାଖରେ ସଂଖ୍ୟା ଗରିଷ୍ଠତା ରହିଛି ବୋଲି କର୍ଣ୍ଣାଟକା ବିଜେପି ସଭାପତି ୟେଦୁରପ୍ପା କହିଛନ୍ତି। ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ତାଙ୍କ ଦଳ ନଜର ରଖିଛି ବୋଲି ସେ କହିଛନ୍ତି।

By amfnews

Related Post