Sun. Mar 8th, 2026

ବିଧାୟକଙ୍କ ଭାଇ ଠାରୁ ମାଡ଼ ଖାଇଥିବା ମହିଳା ଫରେଷ୍ଟ୍‍ ରେଞ୍ଜରଙ୍କୁ ବୁକ୍‌ କଲା ତେଲେଙ୍ଗାନା ପୁଲିସ

161 Views

ହାଇଦ୍ରାବାଦ  : ଶାସକ ‘ତେଲେଙ୍ଗାନା ରାଷ୍ଟ୍ର ସମିତି’ ଜଣେ ବିଧାୟକଙ୍କ ଭାଇ ଠାରୁ ମାଡ଼ ଖାଇଥିବା ମହିଳା ଫରେଷ୍ଟ୍‍ ରେଞ୍ଜର୍‌ ସି ଅନୀତାଙ୍କୁ ପୁଲିସ ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି ଆକ୍ଟ୍‌ରେ ବୁକ୍‌ କରିଛି। ସେହି ଆକ୍ଟ୍‌ ବଳରେ ଅନ୍ୟ ୧୪ ଜଣ ବନ ବିଭାଗ କର୍ମଚାରୀଙ୍କୁ ମଧ୍ୟ ବୁକ୍‌ କରାଯାଇଛି।

ସେ ଜାତିଆଣା ମନ୍ତବ୍ୟ ଦେଇ ଗ୍ରାମବାସୀଙ୍କୁ ଗାଳିଫଜିତ କଥା ଅଭିଯୋଗ ହୋଇଥିଲା। ପୂର୍ବରୁ ସରକାରଙ୍କ ବନୀକରଣ ଅଭିଯାନରେ ଚାରା ରୋପଣ ପାଇ ସେ ଗାଁକୁ ଯାଇଥିବା ଅନୀତାଙ୍କୁ ଟିଆର୍‌ଏସ୍‌ ବିଧାକୟ କୋନେରୁ କନ୍ନାପ୍ପାଙ୍କ ଭାଇ କୋନେରୁ କୃଷ୍ଣ ଆକ୍ରମଣ କରିଥିଲେ।

ଫରେଷ୍ଟ୍‍ ରେଞ୍ଜର୍‌ଙ୍କୁ ଆକ୍ରମଣ କରିଥିବାରୁ କୋନେରୁ କୃଷ୍ଣଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା। ଗତ ମାସରେ ବନୀକରଣ ଅଭିଯାନରେ ଅସିଫାବାଦ ଜିଲ୍ଲାର କୋମାରମମ ଭୀମ ଗାଁକୁ ଆସିଥିବା ଅନୀତା ଜାତିଆଣା ମନ୍ତବ୍ୟ ଦେଇଥିଲେ ବୋଲି ଏବେ ସଦ୍ୟ ଗ୍ରାମବାସୀ ଅଭିଯୋଗ କରିବା ପରେ ଏସ୍‌ସି/ଏସ୍‌ସି ଆକ୍ଟ୍‌ରେ ମାମଲା ରୁଜୁ କରାଯାଇଛି।

By amfnews

Related Post