Sun. Mar 8th, 2026

ବିଧାନସଭା ଭିତରେ ଅଶ୍ଳୀଳ ଭିଡିଓ ଦେଖୁଥିବା ବେଳେ ଧରାପଡ଼ିଥିବା ବିଧାୟକ ଏବେ କର୍ଣ୍ଣାଟକର ଉପ ମୁଖ୍ୟମନ୍ତ୍ରୀ

154 Views

ବେଙ୍ଗାଲୁରୁ  : କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପା ତାଙ୍କ ମନ୍ତ୍ରିମଣ୍ଡଳ ୩ ଜଣଙ୍କୁ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ପଦରେ ନିଯୁକ୍ତ ଦେଇଛନ୍ତି। ସେମାନେ ହେଲେ ଗୋବିନ୍ଦ କାରାଜୋଲ, ଅଶ୍ୱଥ ନାରାୟଣ ଏବଂ ଲକ୍ଷ୍ମଣ ସାଭାଡି।

ଏମାନଙ୍କ ଭିତରୁ ଲକ୍ଷ୍ମଣ ସାଭାଡିଙ୍କ ନାଆଁରେ ଗୁରୁତର ଅଭିଯୋଗ ରହିଛି। ସେ ହେଉଛନ୍ତି ସେହି ବିଧାୟକ ଯିଏ ବିଧାନସଭା ଭିତରେ ପର୍ଣ୍ଣ ଦେଖୁଥିବା ବେଳେ ଧରାପଡ଼ିଥିଲେ। ୨୦୧୨ରେ ଲକ୍ଷ୍ମଣ ସାଭାଡିଙ୍କ ସମେତ ତିନିଜଣ ବିଧାୟକ ବିଧାନସଭା ଭିତରେ ପର୍ଣ୍ଣ (ଅଶ୍ଳୀଳ ଭିଡିଓ) ଦେଖୁଥିବା ବେଳେ ଧରାପଡ଼ିଥିଲେ। ଏଭଳି ସ୍ଥିତିରେ ଲକ୍ଷ୍ମଣ ସାଭାଡିଙ୍କୁ କାହିଁକି ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପା ନିଜ ମନ୍ତ୍ରିମଣ୍ଡଳରେ ସାମିଲ କଲେ ବୋଲି ବି ଜଣେ ବିଜେପି ବିଧାୟକ ଏମପି ରେଣୁକାଚାର୍ଯ୍ୟନ୍ ପ୍ରଶ୍ନ କରିଥିଲେ।

Image result for karnataka news

ଖାଲି ସେତିକି ନୁହେଁ, ଉପ ମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାଭାଡି ବିଧାନସଭା ନିର୍ବାଚନରେ ବି ପରାଜିତ ହୋଇଥିଲେ। ସେ ବିଧାୟକ କିମ୍ବା ବିଧାନ ପରିଷଦକୁ ନିର୍ବାଚିତ ହୋଇ ନଥିଲେ ହେଁ ତାଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ମିଳିଛି। ତେବେ ସେ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାରର ପତନ ପଛରେ ମୁଖ୍ୟ ଭୂମିକା ନିଭାଇଥିବାରୁ ତାଙ୍କୁ ପୁରସ୍କାରସ୍ବରୂପ ଉପ ମୁଖ୍ୟମନ୍ତ୍ରୀ ପଦ ଦିଆଯାଇଥିବା କୁହାଯାଉଛି। ଲକ୍ଷ୍ମଣଙ୍କୁ ପରିବହନ ବିଭାଗ ଦାୟିତ୍ୱ ଦିଆଯାଇଥିବା ଜଣାଯାଇଛି।

By amfnews

Related Post