Sat. Nov 2nd, 2024

ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା କାର୍, ଅଳ୍ପକେ ବର୍ତ୍ତିଲେ ଚାଳକ

By amfnews Jan 2, 2019 #Featured
125 Views

ରାଉରକେଲା, ୨ା୧ : ବେପରୁଆ ଗାଡ଼ି ଚାଳନା ଯୋଗୁଁ ସେକ୍ଟର-୨୦ ନିକଟସ୍ଥ ରିଂ ରୋଡ଼ରେ ଦୁର୍ଘଟଣା ଘଟିଛି । ଏକ କାର୍ ବେପରୁଆ ଗାଡି ଚାଳନା କରି ବିଦ୍ୟୁତ ଖୁଣ୍ଟ ଧକ୍କା ଦେଇ ଓଲଟି ପଡ଼ିଛି । ଗାଡ଼ି ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ କାର୍ଟି ଭାଙ୍ଗିରୁଜି ଯାଇଛି । ଦୁର୍ଘଟଣାଗ୍ରସ୍ତ କାର୍କୁ ସେକ୍ଟର-୩ ପୁଲିସ ଜବତ କରିଛି । ସୂଚନା ଅନୁସାରେ ଗତକାଲି ମଧ୍ୟରାତ୍ରରେ ଏହି ଦୁର୍ଘଟଣା ଘଟିଛି ।

ସେକ୍ଟର-୨୦ ନିକଟସ୍ଥ ରିଙ୍ଗରୋଡ଼ କଡ଼ରେ ଥିବା ଏକ ବିଦ୍ୟୁତ ଖୁଣ୍ଟକୁ ଓଡି-୧୪ଏଚ୍-୪୨୦୫ କାର୍ ଧକ୍କା ଦେଇ ସଂପୂର୍ଣ୍ଣ ଓଲଟି ପଡ଼ିଥିଲା । କାର୍ର ଚାରି ଚକ ଉପରକୁ ହୋଇ ଯାଇଥିଲା । ତେବେ କାର୍ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କାର୍ର ମାଲିକ ହେଉଛନ୍ତି ନୀଳାମ୍ବର ପତ୍ରି । ସେ ଛେଣ୍ଡ କଲୋନୀରେ ରହୁଛନ୍ତି । ତାଙ୍କ ପୁଅ ଗତକାଲି କାର୍ ନେଇ ଘର ଯାଇଥିଲେ ବୋଲି ପୁଲିସ ସୂଚନା ଦେଇଛି ।

ଆଜି ସକାଳୁ ପୁଲିସ ଏକ କ୍ରେନ ଯୋଗେ କାର୍କୁ ଥାନାକୁ ନେଇଥିଲା । ଦୁର୍ଘଟଣା କିପରି ଘଟିଲା ଓ ସେତେବେଳେ କାର୍ରେ କିଏ ଥିଲେ ପୁଲିସ ତା’ର ତଦନ୍ତ କରୁଛି । ତେବେ ଏଠାରେ ପ୍ରଶ୍ନଉଠୁଛି ଯେ, ଗାଡି ଚାଳନା କରୁଥିବା ଚାଳକ ନାବାଳକ ନା ସାବାଳକ । ଯଦି ନାବାଳକ ତେବେ କିପରି ତାକୁ ଗାଡି ଚାଳନା ପାଇଁ ଛାଡିଦେଲେ ଅଭିଭାବକ । ଚାଳକ ଯଦି ସାବାଳକ ତେବେ ତାଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଉଚିତ୍ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

By amfnews

Related Post