Thu. Jun 12th, 2025

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଚାଲିଗଲା ୩ ଜୀବନ

By amfnews Sep 4, 2019 #Featured
238 Views

ବଲାଙ୍ଗିର : ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ତିନି ଜଣଙ୍କ ମୃତ୍ୟୁ ଘଟିଛି। ଗୋଟିଏ ସ୍ଥାନରେ ଭଉଣୀକୁ ବଞ୍ଚାଇବାକୁ ଯାଇଥିବା ଭାଇ ଆଖି ବୁଜିଥିବା ବେଳେ ଅନ୍ୟ ଏକ ସ୍ଥାନରେ ଅକାଳରେ ଚାଲିଯାଇଛି ସ୍ୱାମୀସ୍ତ୍ରୀଙ୍କ ଜୀବନ। ବଲାଙ୍ଗିର ଜିଲ୍ଲାର ଦୁଇଟି ପୃଥକ ପୃଥକ ସ୍ଥାନରେ ଆଜି ଘଟିଯାଇଛି ଏହି ଦୁଃଖଦ ଘଟଣା।

ଆଜି ସକାଳେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ଗୁରୁଣ୍ଡା ଗାଁର ପ୍ରେମଲତା ସରାଫ ଘର ବାହାରେ ଝାଡ଼ୁ କରୁଥିବା ବେଳେ ଗଣେଶ ପୂଜା ପାଇଁ ସଜା ଯାଇଥିବା ଲିଚୁ ଲାଇଟ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ତାଙ୍କ ପାଟି ଶୁଣି ବଡ଼ ଭାଇ କର୍ଣ୍ଣଦାନୀ ସେଠାରେ ପହଞ୍ଚି ତାରଟିକୁ ଟାଣି ଦେଇଥିଲେ। ଫଳରେ ପ୍ରେମଲତା ବଞ୍ଚି ଯାଇଥିଲେ। କିନ୍ତୁ କର୍ଣ୍ଣଦାନୀ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିଲେ। ତାଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ସେହିପରି ଜିଲ୍ଲାର ଲୋଇସିଂହା ଥାନା ଅନ୍ତର୍ଗତ ଆଗଲପୁର ଗାଁରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ଲୁଗା ଶୁଖାଉ ଥିବା ବେଳେ ପ୍ରଥମେ ସ୍ତ୍ରୀଙ୍କୁ କରେଣ୍ଟ ମାରିଥିଲା। ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ସ୍ୱାମୀ ବି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯାଇଥିଲେ। ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲ୍‌ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ସେମାନଙ୍କ ୨ ଛୋଟ ଛୋଟ ଝିଅ ଅଛନ୍ତି। ଏ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ମାହୋଲ ଦେଖା ଦେଇଛି।

By amfnews

Related Post