Sun. Mar 8th, 2026

ବିଦ୍ୟୁତ୍‌ ତାର ଧରି ଝୁଲି ପଡ଼ିଲେ ଯୁବକ

196 Views

ରାଉରକେଲା : ପରୀକ୍ଷାରେ ଅକୃତକାର୍ଯ୍ୟ ହେବା ପରେ ମାନସିକ ଭାରସାମ୍ୟ ହରାଇ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।  ସେ ଇଲେକ୍ଟ୍ରି ଖୁଣ୍ଟ ଉପରେ ଚଢ଼ି ତାର ଧରି ଝୁଲି ପଡିଛନ୍ତି। ଏହାପରେ ବିଦ୍ୟୁତ ଝଟକାରେ ତଳେ ପଡି ଗୁରୁତର ହୋଇଛନ୍ତି। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତର ଯୁବକଜଣକ ହେଲେ ବଲାଙ୍ଗିରର ଅରବିନ୍ଦ ପୁଟେଲ(୨୨) ।

ରାଉରକେଲା ଏରୋଡ୍ରମ ନିକଟ ପଡ଼ିଆରେ ଆଜି CISF ଅର୍ଦ୍ଧ ସାମରିକ ବାହିନୀ ନିଯୁକ୍ତି ଲାଗି ଶାରିରୀକ ପରୀକ୍ଷା ଚାଲିଥିଲା। ଏଥିରେ  ଅରବିନ୍ଦ ଯୋଗ ଦେଇଥିଲେ ମଧ୍ୟ ଅକୃତକାର୍ଯ୍ୟ ହୋଇଥିଲେ। ଏହାପରେ ସେ ଏପରି କାଣ୍ଡ ଘଟାଇଥିବା ଜଣାଯାଇଛି।

By amfnews

Related Post