Fri. Jan 10th, 2025

ବିଦେଶୀ ହତ୍ୟାକାରୀ ଧରା ପଡ଼ିଲା: ପୂର୍ବ ଶତ୍ରୁତାରୁ ହୋଇଥିଲା ହତ୍ୟାକାଣ୍ଡ

By amfnews Sep 6, 2018 #Featured
131 Views

ରାଉରକେଲା, ୬ା୯ : ସେକ୍ଟର-୨ ଖରିଆ ବାହାଲ ବସ୍ତିର ବିଦେଶୀ ନାୟକ ଓରଫ୍ ଖୁଣ୍ଟିଆ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି । ସେହି ଖରିଆବାହାଲ ବସ୍ତିରେ ରହୁଥିବା ହତ୍ୟାକାରୀ ଚିନ୍ତା ନାୟକକୁ ପୁଲିସ ଗିରଫ କରିଛି । ତେବେ ପୂର୍ବ ଶତ୍ରୁତାରୁ ବିଦେଶୀକୁ ହତ୍ୟା କରିଥିବା ଡିଏସ୍ପି ପି.କେ. ମିଶ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଶ୍ରୀ ମିଶ୍ରଙ୍କ ସୂଚନା ଅନୁସାରେ ଖରିଆବାହାଲ ବସ୍ତିରେ ବିଦେଶୀ ପରିବାର ସହିତ ରହୁଥିଲେ । ମୃତ ବିଦେଶୀଙ୍କ ପତ୍ନୀ ଘରେ ମହୁଲି ମଦ ବିକ୍ରି କରନ୍ତି ।

ଘଟଣା ଦିନ ରାତି ସାଢେ ୮ଟା ବେଳେ ସେହି ବସ୍ତିିର ସୁରେଶ ସିଂହ, ରବି ଲୋହାର ଓ ବବଲୁ ସିଂହ ୩ ଜଣ ବିଦେଶୀଙ୍କ ଘରକୁ ମଦ ପିଇବାକୁ ଯାଇଥିଲେ । ମଦ ପିଇ ସାରି ଏହି ୩ ଜଣ ବିଦେଶୀଙ୍କ ସହ ସେକ୍ଟର-୨ ଏନ୍ଏସି ମାର୍କେଟ ଆଡ଼େ ଯାଇଥିଲେ । ଏନ୍ଏସି ମାର୍କେଟର ଏକ ଦୋକାନ ସମ୍ମୁଖରେ ବିଦେଶୀ ସହ ୩ ଜଣ ବସି ଗପସପ କରୁ କରୁ ରାତି ସାଢ଼େ ୧୦ ବାଜିଯାଇଥିଲା । ତେଣୁ ୩ ବନ୍ଧୁ ଘରକୁ ଯିବାକୁ ବାହାରିଥିଲେ । ସେମାନେ ବିଦେଶୀଙ୍କୁ ଡାକିଥିଲେ । ମାତ୍ର ବିଦେଶୀ ଜଣେ ବନ୍ଧୁଙ୍କ ଅପେକ୍ଷା କରିଛନ୍ତି କହି ସେମାନଙ୍କ ସାଙ୍ଗରେ ଗଲେନାହିଁ । ରାତି ପ୍ରାୟ ୧୧ଟା ବେଳକୁ ଚିନ୍ତା ବିଦେଶୀ ପାଖରେ ପହଞ୍ଚିଥିଲା । ଉଭୟ ମିଶି ସେହି ଦୋକାନ ବାରଣ୍ଡାରେ ମଦ ପିଇଥିଲେ ।

ନିଶା ହେବା ପରେ ସେମାନଙ୍କ ଭିତରେ କୌଣସି କଥାକୁ ଉଚ୍ଚବାଚ ହୋଇଥିଲା । ପୂର୍ବରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ମଦ ନିଶାରେ ପୁରୁଣା କଥା ବାହାର କରିଥିଲା ଚିନ୍ତା । ଏହାକୁ ନେଇ ଦୁହିଁଙ୍କ ଭିତରେ ଠେଲପେଲା ହୋଇଥିଲା । ଏହି ସମୟରେ ଚିନ୍ତା ବିଦେଶୀ ମୁହଁକୁ ଏକ ଶକ୍ତ ମୁଥ ମାରିବାରୁ ବିଦେଶୀ ଦୋକାନ କାନ୍ଥରେ ପିଟି ହୋଇ ତଳେ ପଡିଯାଇଥିଲେ । ବିଦେଶୀ ନଉଠିବାରୁ ଚିନ୍ତା ଡରି ଯାଇଥିଲା । ତେଣୁ ସେହି ରାତିରେ ଚିନ୍ତା ଘରକୁ ନଯାଇ କୁଆଁରମୁଣ୍ଡା ଚାଲି ଯାଇଥିଲା । ୩ ତାରିଖ ସକାଳେ ବିଦେଶୀ ହାସପାତାଳରେ ଭର୍ତ୍ତି ହୋଇଥିବା ସମ୍ପର୍କରେ ଜାଣିଥିଲା । ପୁଲିସ ବିଭିନ୍ନ ସୂତ୍ରକୁ ଆଧାର କରି ଚିନ୍ତାକୁ ଗିରଫ କରିଥିଲା ।

By amfnews

Related Post