Sat. Mar 7th, 2026

‘ବିଦେଶରୁ ଆସିଥିବା ଧନୀ ବ୍ୟକ୍ତି ହିଁ କରୋନା ବିସ୍ତାର କରିଛନ୍ତି’

180 Views

ଚେନ୍ନାଇ : ଦେଶରେ ୧୨ ହଜାର ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୪୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ୧,୫୧୫ ଜଣ। ମଧ୍ୟପ୍ରଦେଶ, ତାମିଲନାଡୁ, ମହାରାଷ୍ଟ୍ର, ରାଜସ୍ଥାନରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଗୁରୁବାର ତାମିଲନାଡୁରେ ୨୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ଅନ୍ୟପଟେ ବିଦେଶରୁ ଆସିଥିବା ଧନୀ ବ୍ୟକ୍ତିଙ୍କ ପାଇଁ କରୋନା ବିସ୍ତାର କରିଛି ବୋଲି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ କେ. ପଲାନିସ୍ୱାମୀ କହିଛନ୍ତି। ଏହି ଭାଇରସ ବିଦେଶରୁ ଆସିଛି। ଏବେ ଗରିବଙ୍କ ସହ ଜଣେ ଖୋଲି କରି କଥା ହୋଇପାରିବ। ହେଲେ ବିଦେଶ ଫେରନ୍ତା ଧନୀ ବ୍ୟକ୍ତିଙ୍କ ସହ କଥା ହେବା ବିପଦଜନକ ରହିଛି। ଏହି ଭାଇରସ ତାମିଲନାଡୁରୁ ସୃଷ୍ଟି ହୋଇନି ବୋଲି ସେ କହିଛନ୍ତି। ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଏଭଳି ମତକୁ ନେଇ ସାମାଜିକ ଗଣମାଧ୍ୟମରେ ମଧ୍ୟ ଅନେକ ଆଲୋଚନା ହେଉଛି।

ସୂଚନାଯୋଗ୍ୟ, କରୋନାରେ ସର୍ବାଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର। ଏଯାଏ ୨୯୧୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯେଉଁଥିରୁ ୧୮୭ ଜଣଙ୍କର ମୃତ୍ୟୁ ଘଟିଛି। ୨୯୫ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଦ୍ୱିତୀୟରେ ୧୫୭୮ ଆକ୍ରାନ୍ତଙ୍କ ସହିତ ଦିଲ୍ଲୀ ରହିଛି। ୩୨ ଜଣଙ୍କର ମୃତ୍ୟୁ ଘଟିଛି। ତୃତୀୟରେ ତାମିଲନାଡୁ ରହିଛି। ଏଠାରେ ୧୪୪୨ ଜଣ ଏଯାବତ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯେଉଁଥିରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଆନ୍ଧ୍ରପ୍ରଦେଶରେ ଏଯାବତ ୫୨୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ବିହାରରେ ୭୦ ଆଦି ମାମଲା ସାମ୍ନାକୁ ଆସିଛି।

By amfnews

Related Post