Tue. Mar 10th, 2026

ବିଦା ହେଲେ ରେଲୱେ ପୁଲିସ୍‌ର ୪ କର୍ମଚାରୀ

195 Views

ଝାରସୁଗୁଡ଼ା : ଚାଉଳ ଚୋରା କାରବାର ଘଟଣାରେ ରେଲୱେ ପୁଲିସ୍‌ର ୪ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ସେମାନେ ହେଲେ ଆରପିଏଫ ଇନ୍ସପେକ୍ଟର ଏଲ୍. କେ. ଦାସ, ଏଏସ୍ଆଇ ଏସ. କେ. କୁମାର ଏବଂ ଦୁଇ ହାବିଲଦାର ଆର. ଭି ଠାକୁର ଏବଂ ଡି ବକ୍ସଲା । ଦାୟିତ୍ୱରେ ଅବହେଳା ଲାଗି ଆରପିଏଫ୍ ଡିଜି ସେମାନଙ୍କୁ ନିଲମ୍ବନ କରିଛନ୍ତି।

ଗତ ୮ ତାରିଖ ବିଳମ୍ବିତ ରାତିରେ ଏକ ମାଲବାହୀ ଟ୍ରେନରେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ଚାଳଉ ବରଗଡ଼ରୁ ରାଞ୍ଚି ଯାଉଥିଲା। ହେଲେ ସେଥିମଧ୍ୟରୁ  ୨୮୮ ବସ୍ତା ଚାଉଳ ଝାରସୁଗୁଡା ରେଳଷ୍ଟେସନ ନିକଟବର୍ତ୍ତୀ ଡବଲିଙ୍ଗ କଲୋନୀ ନିକଟରେ ରହିଥିବା ଏକ ପରିତ୍ୟକ୍ତ ଘରେ ରଖାଯାଇଥିଲା। ଏପରି ଘଟଣା ସମ୍ପର୍କରେ ଖବର ପାଇ ଜିଆରପି ପୁଲିସ୍‌ ଉକ୍ତ ଚାଉଳ ବସ୍ତା ଜବତ କରିଥିଲା।

ଏହି ଘଟଣାରେ ଆରପିଏଫ ପକ୍ଷରୁ କୌଣସି ମାମଲା ରୁଜୁ ହୋଇ ନ ଥିଲା। ଏହାର ତଦନ୍ତ କରି କାର୍ଯ୍ୟ ସମ୍ପାଦନାରେ ଅବହେଳା ଅଭିଯୋଗରେ ଆରପିଏଫ୍ ଡିଜି ରେଲୱେ ପୁଲିସ୍‌ର ୪ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି। ଏଥିସହ  ଚାଉଳ ଚୋରି ଘଟଣାରେ ଆର୍‌ପିଏଫ୍‌ ତେଲିଭଟ୍ଟା ଅଞ୍ଚଳର ରାହୁଲ ସାହୁ, କ୍ରିଷ୍ଣା ସାହୁ ଏବଂ ଟିଙ୍କୁ କଣ୍ଟାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

By amfnews

Related Post