Wed. Mar 11th, 2026

ବିଜ୍ଞାପନରେ ଉନ୍ନାଓ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିଧାୟକଙ୍କ ସହିତ ନରେନ୍ଦ୍ର ମୋଦୀ, ଅମିତ ଶାହ ଏବଂ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ପ୍ରକାଶିତ

232 Views

ନୂଆଦିଲ୍ଲୀ : ଏକ ହିନ୍ଦୀ ସମ୍ବାଦପତ୍ରରେ ଏକ ବିଜ୍ଞାପନରେ ଉନ୍ନାଓ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଥିବା ବିଧାୟକଙ୍କ ଫଟୋ ସହିତ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ଗୃହମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏବଂ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ପ୍ରକାଶିତ ହୋଇଛି।ହିନ୍ଦୀ ସମ୍ବାଦପତ୍ର ‘ହିନ୍ଦୁସ୍ତାନ’ର ଅଗଷ୍ଟ ୧୫ ତାରିଖର ସଂସ୍କରଣରେ ସ୍ୱାଧୀନତା ଦିବସ,ରକ୍ଷା ବନ୍ଧନ ଓ ଜନ୍ମାଷ୍ଟମୀ ଅବସରରେ କାର୍ଯ୍ୟାଳୟ ନଗର ପଞ୍ଚାୟତ ଜନପଦ-ଉନ୍ନାଓ ପକ୍ଷରୁ ଏକ ବିଜ୍ଞାପନ ଦିଆଯାଇଛି।

ଏହି ବିଜ୍ଞାପନର ଉପରେ ସବୁଠାରୁ ବାମ ପାର୍ଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ରହିଛି। ମୋଦୀଙ୍କ ଫଟୋ ପାଖରେ ଅମିତ ଶାହ,ଯୋଗୀ ଆଦିତ୍ୟନାଥ ପ୍ରମୁଖଙ୍କ ଫଟୋ ଚିତ୍ର ରହିଛି। ତା’ତଳକୁ ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ ଶ୍ରୀମତୀ ସଙ୍ଗୀତା ସିଂହ ସେନଗର୍‌ ଓ ଉନ୍ନାଓ ବିଧାୟକ କୁଲଦୀପ ସିଂହ ସେନଗରଙ୍କ ଫଟୋ ଚିତ୍ର ରହିଛି।ଏହି ବିଜ୍ଞାପନକୁ ନେଇ ଉତ୍ତର ପ୍ରଦେଶ ରାଜନୀତିରେ ହଟଚମଟ ସୃଷ୍ଟି ରହିଛି। କାରଣ ଗୋଟିଏ ପଟେ ବିଜେପି ପକ୍ଷରୁ କୁହାଯାଇଛି ଯେ ଦୁଷ୍କର୍ମ ଅଭିଯୁକ୍ତ କୁଲଦୀପ ସିଂହ ସେନଗରଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଅନ୍ୟପଟେ ଏଭଳି ବିଜ୍ଞାପନ ସମ୍ବାଦପତ୍ରରେ ଦେଖିବାକୁ ମିଳିଛି।

By amfnews

Related Post